ରାଜଧାନୀରେ ଚାଂଚଲ୍ୟ, ନାବାଳକଙ୍କ ନାରକୀୟ କାଣ୍ଡ । ୨ ନାବାଳକ ପୁଅଙ୍କ ଶାବଳ ମାଡରେ ମାଆର ମୃତ୍ୟୁ : ଘଟଣାସ୍ଥଳରୁ ମଦବୋତଲ, ସିଗାରେଟ ଜବତ

425

କନକ ବ୍ୟୁରୋ : ଇଏ ଏକ ଏମିତି ହତ୍ୟାକାଣ୍ଡ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ବୋଧହୁଏ ଏମିତି ହତ୍ୟାକାଣ୍ଡ ପୂର୍ବରୁ କେବେ ଘଟିନଥିବ । ୨ଜଣ ନାବାଳକ ନିଜ ମାକୁ ଏହି ସାବଳରେ ପିଟି ପିଟି ହତ୍ୟା କରିଛନ୍ତି । ଅତି ନିର୍ମମ ଭାବେ ଘଟାଇଛନ୍ତି ଏହି ନାରକୀୟ କାଣ୍ଡ । ଆଉ ହତ୍ୟା ଭିଆଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ୨ ନାବାଳକ ।

ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ବିନୋଦିନୀ ମିଶ୍ର । ବିନୋଦିନୀଙ୍କୁ ତାଙ୍କର ୧୨ ବର୍ଷ ଏବଂ ୧୫ ବର୍ଷର ୨ ପୁଅ ଅତି ବିଭତ୍ସ ଭାବେ ସାବଳରେ ପିଟି ହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ଜବତ ହୋଇଛି ମଦବୋତଲ, ଶାବଳ ଓ ସିଗାରେଟ । ମିଳିଥିବା ସୂଚନା ଅନୁସାରେ, ବିନିଦିନୀ ସବୁବେଳେ ମଦ ପିଇ ତାଙ୍କ ୨ ପୁଅଙ୍କୁ ମାରପିଟ କରନ୍ତି । ପାରିବାରିକ ଝଗଡାରୁ ୨ ପୁଅ ସବୁଦିନ ପାଇଁ ମାକୁ ରାସ୍ତାରୁ ହଟାଇ ଦେବାକୁ ରଚନା କରିଥିଲେ ହତ୍ୟାକାଣ୍ଡର ଏହି ନିଳ ନକ୍ସା ।

ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ରଚିଥିଲେ ଫେରାର ହେବାର ପ୍ଲଟ । ମୃତଦେହକୁ ବାଥରୁମରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପକାଇ ଏକ ସ୍କୁଟିରେ କୁକୁରକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବରପାଇ ପୋଲିସ ମାଷ୍ଟର କ୍ୟାଂଟିନ ନିକଟରୁ ଉଭୟଙ୍କୁ ଧରିଥିଲା । କେମିତି ଏବଂ କଣ ପାଇଁ ଏହି ହତ୍ୟାକାଣ୍ଡ ହେଲା, ସେକଥା ପୋଲିସ ଆଗରେ କହିଛନ୍ତି ୨ ନାବାଳକ ।

ମୃତ ମହିଳାଙ୍କ ସ୍ୱାମୀ ରାଉରକେଲାରେ ରହନ୍ତି । ଏମାନେ ଦୁଇମାସ ହେଲା ଏହି ଆପର୍ଟମେଂଟରେ ରହୁଥିଲେ । ପୋଲିସ ୨ ହତ୍ୟାକାରୀ ନାବାଳକଙ୍କୁ ଅଟକ ରଖିବା ପରେ ବାଳ ସ୍ୱଧାର ଗୃହକୁ ପଠାଇ ଦେଇଛି । ୨ଜଣ ନାବାଳକ ପୁ୍ଅଙ୍କ ଏହି ନାରକୀୟ କାଣ୍ଡକୁ ନେଇ ସାରାରାଜ୍ୟରେ ହଇଚଇ ଖେଳିଯାଇଛି ।