ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଆଗରୁ ୧୫ ଲକ୍ଷ ଟଙ୍କା ଲୁଟ୍। ଢ଼େଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ଲୁଟିନେଲେ ଦୁର୍ବୃତ୍ତ।

105

କନକ ବ୍ୟୁରୋ: ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଆଗରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଢ଼େଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଗରୁ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୧୫ ଲକ୍ଷଟଙ୍କା ଲୁଟେରା ଲୁଟିନେଇଛନ୍ତି । ସୂଚନା ଅନୁସାରେ କନ୍ଦରସିଙ୍ଗା ଗାଁର ବ୍ୟବସାୟୀ କ୍ଷୀରୋଦ କୁମାର ସାହୁଙ୍କର ଭାଲୁମୁଣ୍ଡା ଛକରେ ଏକ ଦୋକାନ ଅଛି । ଆଜି ତାଙ୍କ ମ୍ୟାନେଜର ଜୟନ୍ତ ଆଚାର୍ଯ୍ୟ ଓ କର୍ମଚାରୀ ମାନେ ଏକ ପିକଅପ୍ ଗାଡ଼ିରେ ୧୫ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ୍ କରିବାକୁ ଯାଉଥିଲେ । ବ୍ୟାଙ୍କ ଆଗରେ କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଆକ୍ରମଣରେ ମ୍ୟାନେଜର ଜୟନ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ପରଜଙ୍ଗ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।