ସୁନ୍ଦରଗଡ଼ରେ ଛଟ୍ ପୂଜା ଉପରେ ପ୍ରଶାସନର କଟକଣା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି

85

କନକ ବ୍ୟୁରୋ : ଚଳିତ ବର୍ଷ ସୁନ୍ଦରଗଡରେ ଛଟ୍ ପୂଜା ଉପରେ କଟକଣା । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଛଟ ପୂଜାକୁ ଏଥର ବାରଣ କରାଯାଇଛି । ଛଟ ପୂଜା ସମୟରେ ନଦୀ କୂଳରେ ଶହ ଶହ ମହିଳାଙ୍କ ଭିଡ ଜମିଥାଏ । ସୂର୍ଯ୍ୟଙ୍କୁ ପୂଜା କରିବା ସହ ସ୍ତ୍ରୀ ଲୋକମାନେ ପରିବାରର ମଙ୍ଗଳ କାମନା କରି ଏହି ପୂଜା କରିଥାନ୍ତି ।

ତେବେ କୋଭିଡକୁ ନଜରରେ ରଖି ଏହା ଉପରେ କଟକଣା ଲାଗୁ କରାଯିବା ସହ ଏଥର ପୂଜାକୁ ଘରେ ରହି ରୀତିନୀତି ସହ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛି ପ୍ରଶାସନ । ପ୍ରଶାସନର ନିର୍ଦ୍ଦେଶକୁ କୌଣସି ମତେ ଅବମାନନା କରାଗଲେ , ମହାମାରୀ ଆଇନରେ ଦଣ୍ଡିତ କରାଯିବ ବୋଲି କହିଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ।