ଖରାଦିନେ ଖାଆନ୍ତୁ କଞ୍ଚା ଆମ୍ବ ! ଏହା ଶରୀରକୁ ଦେଇଥାଏ ଅନେକ ଫାଇଦା ।

Advertisment
ଖରାଦିନେ ଖାଆନ୍ତୁ କଞ୍ଚା ଆମ୍ବ ! ଏହା ଶରୀରକୁ ଦେଇଥାଏ ଅନେକ ଫାଇଦା ।

image courtesy - http://www.thehealthsite.com

କଞ୍ଚା ଆମ୍ବର ନାଆଁ ଶୁଣିବା ମାତ୍ରେ ମୁହଁରେ ଖଟାର ଅନୁଭବ ଆସିଯାଏ। କିନ୍ତୁ ଖରାଦିନେ କଞ୍ଚା ଆମ୍ବ ବଡ଼ ଲାଭକାରୀ। ଖରାଦିନେ ସାଧାରଣତଃ ପେଟର ସମସ୍ୟା ଦେଖାଦେଇଥାଏ।

ଆସନ୍ତୁ ଜାଣିବା କଞ୍ଚା ଆମ୍ବ ଆମର କି କି ଉପକାର କରିଥାଏ?

କଞ୍ଚା ଆମ୍ବରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ। ଏହା ଦାନ୍ତ ମାଢ଼ିରୁ ରକ୍ତ ବାହାରିବାକୁ ରୋକିଥାଏ। କଞ୍ଚା ଆମ୍ବ ଖାଇଲେ ଦାନ୍ତ ମଜଭୁତ ରହିଥାଏ। ଏହାଦ୍ୱାରା ପାଟିରୁ ଦୁର୍ଗନ୍ଧ ବି ବାହାରି ନଥାଏ। କଞ୍ଚା ଆମ୍ବରେ ଅଧିକ ମାତ୍ରାରେ ଫାଇବର ଥାଏ। ଏହା ଶରୀରରୁ ଅତିରିକ୍ତ ଚର୍ବି ବାହାର କରିବାରେ ସହାୟକ ହୋଇଥାଏ। ଏହା ଓଜନ କମ୍ କରିବାରେ ବି ସହାୟକ ହୋଇଥାଏ।

କଞ୍ଚା ଆମ୍ବ ଖରାଦିନେ ‘ଲୁ’ର କୁପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ। ଶରୀରକୁ ଏହା ଶୀତଳତା ପ୍ରଦାନ କରିଥାଏ। ଖରାଦିନେ ଅଧିକ ମାତ୍ରାରେ ଝାଳ ବୋହିବା ଏକ ସାଧାରଣ କଥା। କଞ୍ଚା ଆମ୍ବର ରସ ପିଇଲେ ଦେହରୁ ଝାଳ ବାହାରିବା କମ୍ ହୋଇଥାଏ। ଅଧିକ ଝାଳ ବାହାରିବା ଫଳରେ ଶରୀରରେ ଆଇରନ୍ ଓ ସୋଡିଅମ୍ କ୍ଲୋରାଇଡ୍ କମି ଯାଇଥାଏ। ଏହାର ଭରଣା କରିଥାଏ କଞ୍ଚା ଆମ୍ବର ରସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe