ରାଜ୍ୟରେ ବଢୁଛି ଉପ-ନିର୍ବାଚନ ତାତି : ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ; ସେପଟେ ଦଳ ବଦାଉଛନ୍ତି ନେତା

କେଉଁ ପ୍ରାର୍ଥୀ ଉପରେ ଦଳର ଭରସା ତାକୁ ନେଇ ଚର୍ଚ୍ଚା ଜାରି

207

କନକ ବ୍ୟୁରୋ : ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷୁମ ହେବାରେ ଲାଗିଛି । ଏ ଦଳରୁ ସେ ଦଳକୁ ଡେଉଁଛନ୍ତି ନେତା । ଏମିତି ବି ନେତା ଅଛନ୍ତି, ଯିଏ ୨ ଦିନରେ ୨ଟି ଦଳ ବଦଳାଇଛନ୍ତି । ବାଲେଶ୍ୱର ସଦର ବ୍ଳକ ଚେୟାରମ୍ୟାନ ନାରାୟଣ ପ୍ରଧାନ ପୁଣିଥରେ ବିଜେଡିରେ ମିଶିଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ଦାୟିତ୍ୱରେ ଥିବା ବିଜେଡି ବିଧାୟକ ପ୍ରତାପ ଦେବ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିକୁ ପ୍ରତ୍ୟାବର୍ତନ କରିଛନ୍ତି ନାରାୟଣ ।

ସବୁଠୁ ରୋଚକ କଥା ହେଉଛି ଗତ ୭ ତାରିଖରେ ନାରାୟଣ ପ୍ରଧାନ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ । ମାତ୍ର ଦୁଇ ଦିନ ପରେ ତାଙ୍କର ମନ ବଦଳି ଯାଇଥିଲା । ବିଜେଡିକୁ ପୁଣି ଥରେ ସେ ପ୍ରତ୍ୟାବର୍ତନ କରିଛନ୍ତି । ଦଳକୁ ପ୍ରତ୍ୟାବର୍ତନ କରିବା ପରେ ନାରାୟଣ କହିଛନ୍ତି, ଦୁଇ ଦିନ ଭିତରେ ବାସ୍ତବତା ଜଣାପଡିଯିବାରୁ ସେ ନିଜ ଘରକୁ ଫେରି ଆସିଛନ୍ତି ।