କନକ ବ୍ୟୁରୋ : ଓଡ଼ିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଜାରି ରହିବ ଅଭିଯାନ । ଚାଲାଣ ରୋକିବାକୁ ଆହୁରୀ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୁଲିସ୍ ଡିଜି । ପୁଲିସ ମହାନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁସାରେ ଜାନୁୟାରୀରୁ ସେପ୍ଟେମ୍ବର ୯ମାସରେ ରାଜ୍ୟରୁ ଏକ ହଜାର ୫୪ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ କ୍ୱିଂଟାଲ ଗଂଜେଇ ଜବତ ହୋଇଛି ।
ସେହିପରି ଗଜପତି ଜିଲ୍ଲାରୁ ୧୨୬ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ସୂଚନା ଦେଇଛନ୍ତି ପୁଲିସ ଡିିଜି । ଗଂଜେଇ ଚାଲାଣ ଏବଂ ମାଫିକଆଙ୍କୁ ଧରିବା ପାଇଁ ୫ଟି ରାଜ୍ୟର ପୁଲିସ୍ ଡିଜିଙ୍କ ସହ ବୈଠକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ପୁଲିସ୍ ଡିଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/21-11.jpg)