କନକ ବ୍ୟୁରୋ: କଟକଣା ଭିତରେ ଏଥର କଟକରେ ହେବ ଗଣେଷ ପୂଜା । ସର୍ବସାଧାରଣ ସ୍ଥାନରେ ହେବ ନାହିଁ ମୁର୍ତୀପୂଜା ଏବଂ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ । କୋଭିଡ୍ ସମୟରେ ଆଗକୁ ଆସୁଥିବା ଗଣେଶ ପୂଜା, ଦଶହରା ଏବଂ ବାଲିଯାତ୍ରା ଭଳି ବଡ଼ ବଡ଼ ଉତ୍ସବକୁ କେମିତି ପାଳନ କରାଯିବ ସେ ନେଇ ସୂଚନା ଦେଇଛନ୍ତି କଟକ ଡିସିପି । ପୂଜା ସମୟରେ ଜନସମାଗମ ଉପରେ କଟକଣା ଲଗାଯାଇଛି ।
ସେହିପରି ସର୍ବସାଧାରଣ ସ୍ଥାନରେ ପୂଜା, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ପୂଜା ଏବଂ କ୍ଲବ ଗୁଡ଼ିକରେ ମୁର୍ତୀପୂଜା ହେବ ନାହିଁ । ପୂଜା ସର୍ମ୍ପର୍କିୟ କୌଣସି ପୂଜା ଶୋଭଯାତ୍ରା ହେବ ନାହିଁ ବୋଲି ସୂଚନା ଦିଆଯାଇଛି । ତେବେ ଦୂର୍ଗାପୂଜା ପାଇଁ ହେବାକୁ ଥିବା ମାଟି ଉଠାଣ କରିବା ପାଇଁ ସର୍ବାଧିକ ୪ ଜଣ ଯାଇପାରିବେ । କିନ୍ତୁ ଏଥିପାଇଁ ଶୋଭାଯାତ୍ରା ହୋଇପାରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/mata-ji-and-ganesh-ji-c_1585552632.jpg)