ଏବେ ଭୋକ ସହ ହେଉନାହିଁ ଲଢେଇ, ମନଭରି ଚାଲିଛି ପାଠପଢା ! ଏହିଭଳି ଭାବେ ଶିକ୍ଷା ବ୍ୟବସ୍ଥା ଉପରେ ରଖାଯାଉଛି ନଜର ।

Advertisment
ଏବେ ଭୋକ ସହ ହେଉନାହିଁ ଲଢେଇ, ମନଭରି ଚାଲିଛି ପାଠପଢା ! ଏହିଭଳି ଭାବେ ଶିକ୍ଷା ବ୍ୟବସ୍ଥା ଉପରେ ରଖାଯାଉଛି ନଜର ।

image courtesy -www.dnaindia.com

ବିହାରରେ ମିଡ ଡେ ମିଲ ବ୍ୟବସ୍ଥା ଆରମ୍ଭ ହେବା ପରେ ସ୍କୁଲରେ ପିଲାମାନଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବିରୋଧୀ ଦଳର ନେତା ମାନେ ଏହାର ମଜା ଉଡାଇବା ସହ କହିଥିଲେ ଯେ, ସ୍କୁଲକୁ ପିଲାମାନେ ବହି ନେଇ ଯିବା ପରିବର୍ତ୍ତେ ଥାଳି ନେଇ ଯାଉଛନ୍ତି । ସ୍ଲେଟ ପରିବର୍ତ୍ତେ ପିଲାମାନଙ୍କ ହାତରେ ତାଟିଆ ଧରାଯାଉଛି । ଏପରିକି ସ୍କୁଲରେ ଶିକ୍ଷକମାନେ ପାଠପଢାରେ କମ, ରୋଷେଇ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କିନ୍ତୁ ବର୍ତ୍ତିମାନର ସ୍ଥିତି ଦେଖିଲେ ବିରୋଧୀମାନେ ଏକ ପ୍ରକାର ମଜାକ ହୋଇ ରହିଯାଇଛନ୍ତି । ବର୍ତ୍ତମାନ ମିଡ ଡେ ମିଲ ବ୍ୟବସ୍ଥା ଉପରେ ନଜର ପକାଇଲେ ସ୍କୁଲରେ ଗୁଡିକରେ ରୋଷେଇ ପାଇଁ କୁକ୍ ନିଯୁକ୍ତ କରାଯାଇଛି ।

publive-image

ଶିକ୍ଷା ସମିତି ଏବେ ଉଭୟ ଭୋଜନର ଗୁଣାବତ୍ତା ଏବଂ ପାଠପଢା ଉପରେ ଦୃଷ୍ଟି ରଖୁଛି । ସ୍କୁଲ ଗୁଡିକରେ ଶିକ୍ଷକମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଜଣେ ଶିକ୍ଷକ ଯଦି ସ୍କୁଲରେ ମିଡ ଡେ ମିଲର ଗୁଣାବତ୍ତା ଏବଂ ଭୋଜନ ପ୍ରସ୍ତୁତି ଉପରେ ଧ୍ୟାନ ଦେବାର କାର୍ଯ୍ୟ କରନ୍ତି ତେବେ ଅନ୍ୟ ଶିକ୍ଷକମାନେ ଶ୍ରେଣୀ ଗୃହରେ ପାଲମାନଙ୍କୁ ପାଠ ପଢାଉଛନ୍ତି । ପୂର୍ବରୁ ଯେଉଁ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ ଅଳ୍ପ ରହୁଥିଲା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେହି ସବୁ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ଏପରିକି ଭୋଜନ କରିବା ପରେ ପିଲାମାନେ ଆଗପରି ଆଉ ଘରକୁ ଚାଲିଯାଉ ନାହାନ୍ତି ବରଂ ଅନ୍ତିମ ଘଣ୍ଟି ବାଜିବା ଯାଏଁ ସ୍କୁଲରେ ରହୁଛନ୍ତି । ଉପଯୁକ୍ତ ପରିଚାଳନା ପାଇଁ ଶିକ୍ଷା ଅଧିକାରୀମାନେ ହଠାତ ସ୍କୁଲ ପରିଦର୍ଶନ ପାଇଁ ମଧ୍ୟ ଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe