ସମ୍ବଲପୁରରେ ଶୁଖିଲା ମହାନଦୀରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଲା ଶୁଖି ଯାଇଥିବା ଘାସ । 

Advertisment
ସମ୍ବଲପୁରରେ ଶୁଖିଲା ମହାନଦୀରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଲା ଶୁଖି ଯାଇଥିବା ଘାସ । 

କନକ ବ୍ୟୁରୋ: ମହାନଦୀ ପଠାରେ ଲାଗିଗଲା ନିଆଁ । ସମ୍ବଲପୁର ଜିଲ୍ଲାର ଲକ୍ଷ୍ମୀ ଡୁଙ୍ଗରୀ ପାହାଡ ପାଖ ମହାନଦୀ ପଠାର ଶୁଖିଲା ଘାସରେ ନିଆଁ ଲାଗିଯାଇଥିଲା । ଆଜି ସନ୍ଧ୍ୟାରେ ହୁତ ହୁତ ହୋଇ ମହାନଦୀ ପଠା ଜଳୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇ ବନକର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଥିଲେ ।

ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ବନକର୍ମଚାରୀଙ୍କ ସହ ମିଳିତ ଭାବେ ନିଆଁ ଲିଭାଇଛନ୍ତି । ତେବେ ମହାନଦୀ ପଠାରେ କେମିତି ନିଆଁ ଲାଗିଲା ତାହା ଜଣାପଡି ନାହିଁ । ମହାନଦୀରେ ପାଣି କମ ଥିବା ବେଳେ ନଈପଠା ଶୁଖିଲା ପଡିଥିବାରୁ ଚାହୁଁ ଚାହୁଁ ନିଆଁ ଲମ୍ବା ଦୂରକୁ ବ୍ୟାପି ଯାଇଥିଲା । ତେଣୁ ନିଆଁକୁ ଆୟତ କରିବାରେ ଡେରି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe