ଗୁହାଳ ନାହିଁ କି ଗାଈ ନାହିଁ । ବରଗଡ଼ ଜିଲ୍ଳା ସାହାଜବାହାଲରେ ଚାଷୀଙ୍କ ନାଁରେ ଉଠାଯାଇଛି ଋଣ ଟଙ୍କା

198

କନକ ବ୍ୟୁରୋ : ଗାଈ ଚୋରୀ କଥା ଆପଣ ଶୁଣିଥିଲେ । ହେଲେ ଗାଈ ଗୁହଳ ଚୋରି କଥା ଶୁଣିଲା ବେଳକୁ ଅଡୁଆ ଲାଗିବ ନିଶ୍ଚୟ । ହେଲେ ଯେଉଁଠି ଦୁର୍ନୀତି ଥିବ ସଠି ସବୁ ସମ୍ଭବ । ଠିକ୍ ଏଭଳି ଏକ ଦୁର୍ନୀତିର ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ସାହାଜବାହାଲ୍ ଗାଁରୁ । ଗାଈ ଓ ଗୁହାଳ ପାଇଁ ଚାଷୀଙ୍କୁ ଋଣ ଦିଆଯାଉଛି । ହେଲେ, ଏଠି ଚାଷୀଙ୍କ ନାଁରେ ହୋଇଛି ବଡ଼ ଧରଣର ଠକେଇ । ଚାଷୀ ନାଁ ଗାଈ କିଣିଛନ୍ତି ନା’ ଗୁହାଳ ନିର୍ମାଣ ପାଇଁ ଟଙ୍କା ପାଇଛନ୍ତି । ହେଲେ କାଗଜଗଲମରେ ଯୋଜନା ଠିକ୍ଠାକ୍ ଚାଲିଛି ।

ଇଏ ହେଉଛି ସେହି ୧୨ ଜଣ ହିତାଧିକାରୀଙ୍କ ତାଲିକା । ସମସ୍ତେ ବରଗଡ଼ ଜିଲ୍ଲା ସାହାଜବାହାଲ ଗାଁର । ହେଲେ ଏହି ଚାଷୀଙ୍କ ପାଖରେ ନାଁ ଗାଈ ଅଛି ନା’ ଗୁହାଳ । କିନ୍ତୁ ଏମାନଙ୍କ ନାଁରେ ସରକାରୀ ଯୋଜନାରେ ଟଙ୍କା ଉଠାଯାଇଛି । ଚାଷୀଙ୍କୁ ଆଳ କରି ବ୍ୟାଙ୍କ କର୍ମଚାରୀ ଏବଂ ଦଲାଲଙ୍କ ଜରିଆରେ ଋଣ ଟଙ୍କାର ବାଟମରାଣା ହୋଇଥିବା ଅଭିଯୋଗ ହୋଇଛି । ବିନା ଗାଈ ଓ ଗୁହାଳରେ ଲକ୍ଷ ତ୍ତ୍ୱଲକ୍ଷ ତ୍ତ୍ୱ ଟଙ୍କାର ଏହି ଅନିୟମମିତାରେ ସମ୍ବଲପୁର କେନ୍ଦ୍ର କୋପରେଟିଭ୍ ବ୍ୟାଙ୍କ୍ର ଭୂମିକାକୁ ନେଇ ବି ପ୍ରଶ୍ନଉଠିଛି ।

ଚାଷୀଙ୍କୁ ଗୋପାଳନ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ସରକାର, ଗୁହାଳ ନିର୍ମାଣ ଓ ଗାଈ କିଣିବା ପାଇଁ ଋଣ ବ୍ୟବସ୍ଥା କରିଛନ୍ତି । ଆଉ ଏହି ଋଣ ପ୍ରଦାନ ସମୟରେ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବ୍ୟାଙ୍କ ତରଫରୁ ପ୍ରସ୍ତାବ ଯିବା ଆବଶ୍ୟକ । ପ୍ରସ୍ତାବ ମଞ୍ଜୁର ହେବା ପରେ ଆବେଦନକାରୀ ଚାଷୀଙତକ ଭିତିଭୂମି ତଦାରଖ ଓ କ୍ଷେତ୍ର ପ୍ରଦର୍ଶନ ପରେ ଋଣ ମଞ୍ଜୁର ହୋଇଥାଏ । ହେଲେ ସମସ୍ତ ପ୍ରକ୍ରିୟାର ଖିଲାପୀ କରି ଘୋଟାଲର ଏକ ନକ୍ସା ପ୍ରସ୍ତୁତ ହୋଇଛି, ଯେଉଁଥିରେ ଚାଷୀଙ୍କୁ ମୋହରା ବନାଯାଇଛି ।