କନକ ବ୍ୟୁରୋ: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଚାଂଇବା ପାଇଁ ସରକାରଙ୍କ ପଦକ୍ଷେପ । ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେଏହି ନମ୍ବରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ ।
ଏହା ସହିତ ଯେଉଁ ଅଂଚଳରେ ପିଇବା ପାଣିର ସୁବିଧା ନାହିଁ, ସେଠାରେ ବଡ ବଡ ଟ୍ୟାଙ୍କର ଓ ବଡ ବଡ ଟାଙ୍କି ମାଧ୍ୟମରେ ପାଣି ଯୋଗାଇବେ ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବା ପାଇଁ ଇଂଜିନିୟରିଂ ଅଫିସ, ଡିଜିଜନ ଅଫିସ, ସବଡିଭିଜନ ଅଫିସ, ଓ ଜେଇ ଅଫିସରେ କଂଟ୍ରୋଲ ରୁମ ଖୋଲାଯାଇଛି । ଗ୍ରାମାଚଂଳ ଓ ସହରାଂଚଳରେ ଯୁଦ୍ଧକାଳୀନ ଭିତିରେ ସମସ୍ତ ଟିଉବଲର ମରାମତି ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।