କନକ ବ୍ୟୁରୋ: ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଭିତରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଉରକେଲା ମୁନିସପାଲ କର୍ପୋରେସନ୍ କମିଶନର । କହିଲେ, ବର୍ତ୍ତମାନ ସୁଦ୍ଧା ୩ଶହରୁ ୪ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ବିଭିନ୍ନ ମେଡିକାଲରେ ଏବେବି ୨୮୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Advertisment

ସୂଚନା ଅନୁସାରେ, ଯେଉଁ ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି ଚାଲିଛି । ଏନେଇ ଆଜି ସକାଳେ ୱାଟ୍କୋ ସହିତ ଆମର ଆଲୋଚନା ହୋଇଥିଲା । ବର୍ତମାନ ସୁଦ୍ଧା ୩୫ଟି ଲିକେଜ୍କୁ ମରାମତି କରାଯାଇଛି । ଆଉ ୧୧ଟି ଲିକେଜ୍ର ମରାମତି ପ୍ରକ୍ରିଆ ଚାଲିଛି । ଯେଉଁଠି ଲୋକଙ୍କ ଅଭିଯୋଗ ଆସିବ, ସେଠାରେ ତୁରନ୍ତ ପାଇପ୍ ମରାମତି କରାଯିବ । ଏବେ ଝାଡାବାନ୍ତିରେ ଆକ୍ରାନ୍ତ ସଂଖ୍ୟା ତଳମୁହାଁ ରହିଛି ।