ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଲୋକେ । ଗୋଟିଏ ଘାଟରୁ ପାଣି ପିଉଛନ୍ତି ମଣିଷ ଓ ପଶୁ ।

81

କନକ ବ୍ୟୁରୋ: ଗରମ ଗୁଳୁଗୁଳି ସହ ଚିନ୍ତା ବଢାଉଛି ଜଳକଷ୍ଟ । ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ମାଇଲ ମାଇଲ ବାଟ ଯାଉଛନ୍ତି ଗାଁର ଛୋଟରୁ ବଡ । ରାୟଗଡାର ଅର୍ପଣା ଗାଁର ଚିତ୍ର ଦେଖିଲେ ଜଳ କଷ୍ଟର ଚିତ୍ର ସ୍ପଷ୍ଟ ବାରିହୁଏ । ଗୋଟିଏ ନାଳରେ ଥିବା ମୁନ୍ଦାଏ ପାଣିରେ ମଇଁଷି ଆଉ ମଣିଷ ଏକାଠି । ସେହି ନାଳର ଦୂଷିତ ପାଣି ପିିଇ ବିଭିନ୍ନ ଚର୍ମ ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ । ଚଳିତଥର ପାଣି ସମସ୍ୟା ଦୂର ନକଲେ ଭୋଟ୍୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।