କନକ ବ୍ୟୁରୋ: ଭଦ୍ରକ ରାଇମଣି ଛକରେ ଟ୍ରିପଲ ମର୍ଡର ଘଟଣାରେ ସିନ୍ ରିକ୍ରିଏସନ କରିଛି ପୋଲିସ । ଅଭିଯୁକ୍ତ ନାବାଳକକୁ ନେଇ ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏସନ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଏହାସହ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ତିନି ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବାସଦେବପୁର ଏସଡିପିଓ କହିଛନ୍ତି ।

Advertisment

ଗୋଟିଏ ଦିନରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ ହୋଇଛି । ପ୍ରଥମେ ମା ଓ ଝିଅଙ୍କ ମୃତଦେହ ମିଳିବା ପରେ ଆଜି ଅଭିଯୁକ୍ତ ନାବାଳକର ଆଇର ମୃତଦେହ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ଛକରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ପ୍ରଥମେ କ୍ଷତାକ୍ତ ଓ ଉଲଗ୍ନ ଅବସ୍ଥାରେ ମାଆ, ଝିଅଙ୍କ ମୃତ ଶରୀର ମିଳିବା ପରେ ଏବେ ଅଭିଯୁକ୍ତ ନାବାଳକର ଆଇର ମୃତଦେହ ମିଳିଛି । ରାଇମଣି ଛକ ନିକଟ ଏକ ବୁଦାରୁ ମିଳିଛି ମୃତଦେହ । ଗତକାଲି ବଳଙ୍ଗା ଅଞ୍ଚଳର ସୁକାନ୍ତୀ ମୁଣ୍ଡା ଓ ୬ ବର୍ଷୀୟ ଝିଅର ମୃତଦେହ ମିଳିଥିଲା । ଘଟଣାସ୍ଥଳରେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକ କାବୁ କରି ପୁଲିସ ଜିମା ଦେଇଥିଲେ । ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ, ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବେ, ଝିଅ ଦେଖିଦେବାରୁ ତାକୁ ପଥରରେ ଛେଚି ହତ୍ୟା କରିଛି ।