ଏଣିକି ଆଉ ଚଳିବନି ଉପର ଅଫିସରଙ୍କ ଦାଦାଗିରି ! ରେଳବାଇର କନିଷ୍ଠ କର୍ମଚାରୀଙ୍କୁ ‘ଆପଣ’ କହି ସମ୍ବୋଧନ କରିବାକୁ ନିର୍ଦ୍ଦେଶ ।

Advertisment
ଏଣିକି ଆଉ ଚଳିବନି ଉପର ଅଫିସରଙ୍କ ଦାଦାଗିରି ! ରେଳବାଇର କନିଷ୍ଠ କର୍ମଚାରୀଙ୍କୁ ‘ଆପଣ’ କହି ସମ୍ବୋଧନ କରିବାକୁ ନିର୍ଦ୍ଦେଶ ।

image courtesy - www.amarujala.com

ରେଳବାଇର କାର୍ଯ୍ୟସଂସ୍କୃତିରେ ଏକ ପରିବର୍ତ୍ତନ କରାଯାଇଛି । ଜାତୀୟ ପରିବହନ ସଂସ୍ଥାନ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ନିର୍ବାହ କରୁଥିବା କନିଷ୍ଠ କର୍ମଚାରୀମାନଙ୍କ ଆତ୍ମମର୍ୟ୍ୟାଦା ବୃଦ୍ଧି ନିମନ୍ତେ ସେମାନଙ୍କୁ ‘ତୁ’ କିମ୍ବା ‘ତୁମେ’ ନୁହେଁ ବରଂ ‘ଆପଣ’ ବୋଲି ସମ୍ବୋଧନ କରିବାକୁ ବରିଷ୍ଠ ରେଳବାଇ ଅଧିକାରୀମାନଙ୍କୁ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱିନୀ ଲୋହାନି କହିଛନ୍ତି।
ଗତ ସପ୍ତାହରେ ଏକ ନିର୍ଦ୍ଦେଶାବଳୀ ଲୋହାନି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଅନେକ ସୁପରଭାଇଜର୍ ଏବଂ କର୍ମଚାରୀମାନେ ମତେ କହିଛନ୍ତି ଯେ ଅଧିକାରୀମାନେ ତାଙ୍କୁ ‘ଆପଣ’ ନୁହେଁ ‘ତୁ’ ବା ‘ତୁମେ’ ବୋଲି ସମ୍ବୋଧନ କରୁଛନ୍ତି। ଏହା ଗୋଟାଏ ଅସମ୍ମାନଜନକ ଆଚରଣ । ଅଧସ୍ତନମାନଙ୍କ ସହ କାରବାର କରିବା ବେଳେ ଆମ ବ୍ୟବହାର ସଂସ୍କୃତିସମ୍ପନ୍ନ ହେବା ଦରକାର।

ashwani lohani

ନିଜ ବାର୍ତ୍ତାରେ ସେ ସମସ୍ତ ଡିଭିଜନାଲ୍ ମ୍ୟାନେଜର, ଜେନେରାଲ ମ୍ୟାନେଜର ଏବଂ ବିଭିନ୍ନ ବିଭାଗର ପ୍ରିନସିପାଲ ହେଡମାନଙ୍କୁ କହିଛନ୍ତି ଚାଲନ୍ତୁ ଗୋଟାଏ ସୁସଂସ୍କୃତି ସମ୍ପନ୍ନ ସଂସ୍ଥାନ ଗଢ଼ି ନିଷ୍କଳଙ୍କ ଆଚାର ବ୍ୟବହାର କରିବା। ଏ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ଯୋଗାଇ ଦିଅନ୍ତୁ।

ଭାରତୀୟ ରେଳବାଇରୁ ଭିଆଇପି ସଂସ୍କୃତି ହ୍ରାସ କରିବାକୁ ଏହା ହେଉଛି ଲୋହାନିଙ୍କର ସଦ୍ୟତମ ପଦକ୍ଷେପ। ପୂର୍ବରୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ଫୁଲତୋଡ଼ା ଆଦି ଦେଇ ସ୍ୱାଗତ କରିବା ପରମ୍ପରାକୁ ନିଷିଦ୍ଧ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe