କନକ ବ୍ୟୁରୋ : ଗଞ୍ଜାମ ପୁରୁଷୋତମପୁରରେ ସତର୍କ ସଂକେତ ଡ଼େଇଁଲା ଋଷିକୁଲ୍ୟା ନଦୀ । ନଦୀର ସର୍ତକ ସଂକେତ ୧୫ ଦଶମିକ ୮୩ ଥିବା ବେଳେ ବର୍ତମାନ ରହିଛି ୧୬ ଦଶମିକ ୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ଖୁବଶୀଘ୍ର ବିପଦ ସଂକେତ ଡ଼େଇଁପାରେ ଋଷିକୁଲ୍ୟା ନଦୀ ।
ନଦୀ କୂଳିଆ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଲା ପ୍ରଶାସନ । ଗତକାଲି ରାତି ଗୋଟାଏରେ ସର୍ତକ ସଂକେତ ଡ଼େଇଁଛି ଋଷିକୁଲ୍ୟା ନଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/10-10.jpg)