କନକ ବ୍ୟୁରୋ : ୨୦୧୭ରୁ ଶ୍ରୀମନ୍ଦିର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିବା ବେଳେ ଏହି ନିଷ୍ପତ୍ତିର ପୁନଃବିଚାର କରାଯାଇଛି। ଖୁବ ଶୀଘ୍ର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ ହେବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କୁ ଉତ୍ତମମାନର ଟଙ୍କ ତୋରାଣି ଦିଆଯିବ। ଏ ସଂପର୍କରେ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା କରାଯାଇ ସ୍ଥାନ ନିରୂପଣ କରାଯିବ। ଦୁଇଦିନ ଭିତରେ ସୁଆର ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି।
/kanak/media/post_attachments/wp-content/uploads/2017/09/Tanka-Torani-1-1.jpeg)