କନକ ବ୍ୟୁରୋ : କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର ଶ୍ରୀକ୍ଷେତ୍ର ଏବେ ଶ୍ରୀହୀନ । ଫୋନି ବାତ୍ୟା ଉଜାଡି ଦେଇଛି ବଡଦାଣ୍ଡରୁ ବେଳାଭୂମୀ । ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବି କ୍ଷତିଗ୍ରସ୍ତ ହୋଇଛି । କଳ୍ପବଟର ସାଖା ଭାଙ୍ଗି ଯାଇଛି, ହଜିଯାଇଛି କୋଇଲି ବୈକୁଣ୍ଠର ସବୁଜିମା । ମନ୍ଦିର କଳାକୃତି ମଧ୍ୟ ନଷ୍ଟ ହୋଇଛି । ରାତିରେ ବଡଦାଣ୍ଡ ଅନ୍ଧାରୁଆ । ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି । ତଥାପି ଭକ୍ତଙ୍କ ଭିତରେ ଅତୁଟ ରହିଛି ବିଶ୍ୱାସ ।
Advertisment

publive-imageଶ୍ରୀ କ୍ଷେତ୍ର ପୁଣି ତାର ଶିରି ଫେରି ପାଇବ । ପୁଣି ଚଳଚଂଚଳ ହେବ ବଡଦାଣ୍ଡ, ଏକାଠି ହେବେ ଭକ୍ତ ଓ ଭଗବାନ । ତେବେ ଏତେ ବଡ ବାତ୍ୟା ପରେ ବି ଶ୍ରୀମନ୍ଦିରେ ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଅବଢା ପାଉଛନ୍ତି । ଆସନ୍ତା କାଲି ବଡଦାଣ୍ଡରେ ବିଜୁଳି ଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ମଧ୍ୟ ଦେଇଛି । କିନ୍ତୁ କହିବାକୁ ଗଲେ ଅନ୍ଧାର  ଭିତରେ ପୁରୀ ବଡଦାଣ୍ଡରେ ଭକ୍ତ ଚାଲିଛନ୍ତି । ଜଗନ୍ନାଥଙ୍କ ଅପାରକରୁଣା ଲାଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ସମାଗମ ।