କନକ ବ୍ୟୁରୋ : ଇସ୍କନ୍କୁ ଅନ୍ୟ ଦେବଦେବୀ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିବ, କିନ୍ତୁ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ। ଏମିତି ସର୍ତ୍ତରେ ନିର୍ମାଣ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନୁମତି। ହାଇକୋର୍ଟଙ୍କଠାରୁ ଏହି ନିର୍ଦ୍ଦେଶ ମିଳିବା ପରେ ପୁରୀ ସିପସରୁବାଲିରେ ଇସ୍କନ୍ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣର ବାଟ ଖୋଲିଛି। ୨୦୧୬ରେ ଇସ୍କନ୍ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ କରିବାକୁ ଯୋଜନା ଅନୁମୋଦନ ନେଇଥିଲା। ତେବେ ସେଠାରେ ଦ୍ବିତୀୟ ଜଗନ୍ନାଥ ମନ୍ଦିର କରିବାକୁ ଘୋଷଣା କରିବା ପରେ ଉପୁଜିଥିଲା ବିବାଦ। ଜନଆନ୍ଦୋଳନ ଓ ରାଜନୈତିକ ବିବାଦ ଯୋଗୁ ଏହାକୁ ବନ୍ଦ କରିଥିଲା ପ୍ରଶାସନ। ଅନୁମୋଦିତ ନକ୍ସାରେ ଜଗନ୍ନାଥ ମନ୍ଦିର ନିର୍ମାଣ ନଥିବା ବେଳେ ଏହା ଇସ୍କନ୍ କିପରି କରିବ ବୋଲି ପ୍ରଶ୍ନ କରିଥିଲା ପିକେଡିଏ। ଏମିତିକି ଅନୁମୋଦିତ ନକ୍ସା କାହିଁକି ବାତିଲ କରାଯିବନାହଁ ବୋଲି ସେହି ବର୍ଷ ଜାନୁଆରି ୨୪ ତାରିଖରେ ନୋଟିସ୍ ଦେଇଥିଲା।
/kanak/media/post_attachments/wp-content/uploads/2019/03/iskcon-jagannath-temple-puri.jpg)
/kanak/media/post_attachments/wp-content/uploads/2019/03/download-4.jpg)