କନକ ବ୍ୟୁରୋ : ଆଜି ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ନିଜଠାରୁ ୧୬ ବର୍ଷ ସାନ ଡକ୍ଟର ଗୁରପ୍ରୀତ କୌରଙ୍କ ହାତ ଧରିବ ଭଗୱତ ମାନ । କେବଳ ନିକଟ ସର୍ମ୍ପକୀୟ ଓ ଅତିଥିଙ୍କ ଗହଣରେ ବାହାଘର ଅନୁଷ୍ଠିତ ହେବ । ତେବେ ବିବାହ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ନେତା, ମନ୍ତ୍ରୀ, କର୍ମୀ ସହ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେ ବୋଲି ଜଣାପଡିଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ବାହାଘର

- ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ
- ଆଜି ବିବାହ କରିବେ ଭଗୱନ୍ତ ମାନ୍
- ଚଣ୍ଡିଗଡରେ ଗୁରପ୍ରୀତ କୌରଙ୍କୁ କରିବେ ବିବାହ
- ବିବାହରୁ ସବୁ ବିଧି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବ
- ହରିଆଣା ପିହୋବାର ବାସିନ୍ଦା ଗୁରପ୍ରୀତ କୌର
- ମୁଖ୍ୟମନ୍ତ୍ରୀ ମାନଙ୍କ ଭଉଣୀଙ୍କ ସାଙ୍ଗ ଗୁରପ୍ରୀତ
- ପେଷାରେ ଜଣେ ଡାକ୍ତର ଗୁରପ୍ରୀତ କୌର
- ୨୦୧୭ରେ ମୌଲାନା ମେଡିକାଲ କଲେଜ ଅମ୍ବାଲାରୁ ପଠା ପଢିଥିଲେ
- ୨୦୧୯ରେ ଗୁରପ୍ରୀତଙ୍କୁ ପ୍ରଥମେ ଭେଟିଥିଲେ ଭଗୱନ୍ତ ମାନ୍
- ସେତେବେଳେ ମାନ୍ ସଙ୍ଗରୁରରୁ ସାଂସଦ ଥିଲେ
- ମା’ଙ୍କ ଇଚ୍ଛା ପୂରଣ କରିବାକୁ ଦ୍ୱିତୀୟ ବିବାହ କରୁଛନ୍ତି ମାନ୍
- ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲାବେଳେ ସେ ଉପସ୍ଥିତ ଥିଲେ
- ଭଗୱନ୍ତ ମାନ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି
- ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ଇନ୍ଦ୍ରପ୍ରୀତ କୌର
- ହେଲେ ୨୦୧୫ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା
- ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି
- ଦୁଇ ପିଲା ପ୍ରଥମ ପତ୍ନୀଙ୍କ ସହ ଆମେରିକାରେ ରୁହନ୍ତି

କିଏ ଗୁରପ୍ରିତ କୌର?

- ପଂଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ହାତ ଧରିବେ ଗୁରପ୍ରୀତ କୌର
- ପେସାରେ ଜଣେ ଡାକ୍ତର ଓ ସେ ବର୍ତ୍ତମାନ ପଞ୍ଜାବର ଚଣ୍ଡୀଗଡରେ କାର୍ଯ୍ୟରତ
- ୩୨ ବର୍ଷ ଗୁରପ୍ରିତଙ୍କ ପରିବାର ସହ ମାନଙ୍କ ପରିବାରର ରହିଛି ଘନିଷ୍ଠ ସଂପର୍କ
- ହରିୟାଣାର ମହାରିଷି ମାର୍କଣ୍ଡେଶ୍ୱର ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ଲାଭ କରଛନ୍ତି
- ଡାକ୍ତରୀ ଶିକ୍ଷାରେ ସେ ଗୋଲଡ ମେଡାଲ ମଧ୍ୟ ପାଇଥିଲେ
- ନିର୍ବାଚନ ବେଳେ ଭଗୱନ୍ତ ମାନଙ୍କୁ ପ୍ରଚାରରେ ସାହାଯ୍ୟ କରିଥିଲେ
- ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ସେ ଯୋଗ ଦେଇଥିଲେ
- ତାଙ୍କ ବାପା ଜଣେ କୃଷକ ଓ ମା’ ଜଣେ ଗୃହିଣୀ
- ବାପା ମଦନପୁର ପଂଚାୟତର ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇଥିଲେ
- ତିନି ଭଉଣିଙ୍କ ମଧ୍ୟରେ ସେ ସବୁଠାରୁ ସାନ
- ଗୁରପ୍ରିତଙ୍କ ବଡ ଦୁଇ ଭଉଣୀ ବିଦେଶରେ ଅଛନ୍ତି
- ଏକ ଶିଖ୍ ପରିବାରରୁ ଆସିଥିବା କୌରଙ୍କୁ ମାନଙ୍କ ମା ଓ ଭଉଣୀ ହିଁ ବାଛିଛନ୍ତି
- କାରଣ ଉଭୟ ମାନଙ୍କ ଦ୍ୱିତୀୟ ବାହାଘର ବିଷୟରେ ଚିନ୍ତା କରୁଥିଲେ

ସାମ୍ନାକୁ ଆସିଲା ବିବାହ ଭୋଜିର ମେନ୍ୟୁ

କଡାଇ ପନୀର
ମସରୁମ ପ୍ୟାଜ୍
ଚଣା ମସାଲା
ତନ୍ଦୁରୀ କୁଲଚା
ଡାଲ ମଖନୀ
ମୁଗ ଡାଲି ହଲୱା
ଅଙ୍ଗୁରୀ ରସମଲାଇ
ଡ୍ରାଏ ଫ୍ରୁଟ୍ ରାବିଡି
ଗୁଲାବ ଜାମୁନ