ପଞ୍ଜାବରେ କୃଷି ବିଲକୁ ଜୋରଦାର ବିରୋଧ । ଆରମ୍ଭ ହେଲା ୩ଦିନିଆ ରେଳ ରୋକ୍ । ବିଲ୍ ବିରୋଧରେ ଆସନ୍ତାକାଲି କୃଷକ ସଂଘର ପଞ୍ଜାବ ବନ୍ଦ ଡାକରା

298
କନକ ବ୍ୟୁରୋ : ପଞ୍ଜାବରେ କୃଷି ବିଲକୁ ଜୋରଦାର ବିରୋଧ । ଏଥିପାଇଁ ରାଜ୍ୟରେ ଆରମ୍ଭ ହୋଇଛି ୩ଦିନିଆ ରେଳ ରୋକ । ପଞ୍ଜାବରେ ଜୋରଦାର ବିରୋଧ କରାଯିବା ସହ ରେଳ ରୋକ କରାଯାଇଛି । ବିଲ୍ ବିରୋଧରେ ଆସନ୍ତାକାଲି କୃଷକ ସଂଘ ପଂଜାବ ବନ୍ଦ ଡାକରା ଦେଇଛି ।  ଅମ୍ରୃତସର ଓ ଫିରୋଜପୁର ଜିଲ୍ଲାରେ ଜୋରଦାର ହୋଇଛି ବିରୋଧ ।
ଆସନ୍ତାକାଲି ବନ୍ଦ ଡାକରାକୁ ନଜରରେ ରଖି ଫିରୋଜପୁର ରେଳବାଇ ଡିଭିଜନର ୧୪ଟି ଟ୍ରେନକୁ ୨୪ରୁ ୨୬ତାରିଖ ଯାଏଁ ବାତିଲ କରାଯାଇଛି । ଏହାସହ ଅନେକ ମାଲଗାଡିର ସମୟ ପରିବର୍ତନ କରାଯାଇଛି । କୃଷକ ଏବଂ ଆପ୍ କର୍ମୀ ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ସେହିପରି ରେଳ ଧାରଣା ଉପରେ ଏକାଧିକ କର୍ମଚାରୀ ଏକାଠି ହୋଇ ରେଳ ରୋକ କରିଛନ୍ତି ।
କୃଷି ବିଲକୁ ନେଇ ରାଜ୍ୟସଭାରେ ମଧ୍ୟ ଜୋରଦାର ହଙ୍ଗାମା ଦେଖିବାକତୁ ମିଳିଥଲା । କୃଷି ବିଲ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଉତ୍ତରରେ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ସାଂସଦ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଉପସଭାପତିଙ୍କ ଆସନ ସମ୍ମୁଖକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ, ରାଜ୍ୟସଭାର ସମୟକୁ ବଢାନଯାଉ । ସରକାର ରାଜ୍ୟସଭାର ସମୟକୁ ବଢାଇ ବିଲକୁ ପାସ କରିବାକୁ ଚାହିଁଛନ୍ତି । ଏହାରି ମଧ୍ୟେରେ ବିରୋଧୀ ସାଂସଦ ମାଇକ ବି ଭାଙ୍ଗିଥିଲେ । ବିଲକୁ ଆମ ଆଦମୀ ପାର୍ଟି କଳା ଆଇନ ବୋଲି କହିଛି । କୃଷି ବିଲ ଲୋକସଭାରେ ପାରିତ ହୋଇସାରିଥିବାବେଳେ ରାଜ୍ୟସଭାରେ ଆଜି ଆଗତ ହୋଇଛି ।