କନକ ବ୍ୟୁରୋ: ପଦାରେ ପଡିଛି ପଞ୍ଜାବ ପ୍ରଦେଶ କଂଗ୍ରେସର ଭିତିରି କନ୍ଦଳ । ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ଓ ଦଳର ନେତା ନବଜ୍ୟୋତ ସିଦ୍ଧୁଙ୍କ ଭିତରେ ଚାଲିଥିବା ମତଭେଦର ସମାଧାନ ପାଇଁ ଆଗେଇ ଆସିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ଦିଲ୍ଲୀରେ ସୋନିଆଙ୍କୁ ଭେଟିଛନ୍ତି ସିଦ୍ଧୁ ।
ଚର୍ଚ୍ଚା ହେଉଛି କି ସିଦ୍ଧୁଙ୍କୁ ପଂଜାବ କଂଗ୍ରେସର ଅଧ୍ୟକ୍ଷ କରାଯାଇପାରେ । ଯାହା ପାଇଁ ପୂର୍ବରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ସବୁଜ ସଂକେତ ଦେଇସାରିଛନ୍ତି । ଅନ୍ୟପଟେ ବୈଠକ ସରିବା ପରେ ଦଳର ପ୍ରଭାରୀ ହରିଶ ରାୱତ କହିଛନ୍ତି କି ପଂଜାବର ସ୍ଥିତି ନେଇ ସୋନିଆଙ୍କୁ ଏକ ରିର୍ପୋଟ ଦିଆଯାଇଛି । ଶେଷ ନିଷ୍ପତି ସୋନିଆ ଗାନ୍ଧୀ ହିଁ ନେବେ । ଆଜିର ବୈଠକରେ କୌଣସି ନିର୍ଣ୍ଣାୟକ ନିଷ୍ପତି ନିଆଯାଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/Sidhu-1200-1.jpg)