କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତାତି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିର ସଂପର୍କୀୟଙ୍କ ଘରେ ଇଡି ରେଡ୍ କରିଛି । ବେଆଇନ୍ ବାଲି ଚାଲଣକ ଭିତ୍ତି କରି ଇଡି ଚନ୍ନୀଙ୍କ ଭଣଜା ଓ ସମ୍ପର୍କୀୟଙ୍କ ଘରେ ରେଡ କରିଛି । ମଙ୍ଗଳବାର ଚଢଉ ସମୟରେ ନଗତ ୬ କୋଟି ଟଙ୍କା ଇଡି ଜବତ କରିଥିଲା । ଶେଷ ଖବର ସୁଦ୍ଧା ବୁଧବାର ୩ କୋଟି ୯୦ ଲକ୍ଷ ଟଙ୍କା ଜବତ କରିଛିି । ଆଉ ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ବଢିଛି । ଆଉ କେନ୍ଦ୍ରିୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ବିଜେପି କହିଛି ବାଲି ମାଫିଆଙ୍କ ଗୁମର ସାମ୍ନାକୁ ଆସିଛି ।
- ନିର୍ବାଚନ ବେଳେ ରେଡ୍
- ବିରୋଧୀ କହିଲେ ବିଜେପିର ଚାଲ୍
ନିର୍ବାଚନ ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧୀ ପାଇଁ ଚିନ୍ତାଜନକ ପାଲଟିଥିବା ବେଳେ ଶାସକ ଦଳ ବିଜେପିକୁ ବେଶ ସୁହାଉଛି । ବିରୋଧୀ ଏହାକୁ ପ୍ରତିଶୋଧର ରାଜନୀତି କହୁଥିବା ବେଳେ ବିଜେପି କହିଛି ଦୁର୍ନୀତି କରିଛନ୍ତି ବୋଲି ରେଡ୍ ହେଉଛି । କିନ୍ତୁ ପ୍ରଶ୍ନ ଉଠେ ନିର୍ବାଚନ ବେଳେ କାହିଁକି ଏପରି ଘନ ଘନ ରେଡ୍ ହୁଏ । ନା ଏହ ଏକ ସଂଯୋଗ । ନିକଟରେ ୟୁପିରେ ମଧ୍ୟ ଆଇଟି ରେଡ୍ ହୋଇଥିଲା । ଆଉ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଯାହାକୁ ନେଇ ବିଜେପି ଏବଂ ସମାଜବାଦୀ ପାର୍ଟି ମୁହାଁମୁହିଁ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/pjimage-26.jpg)