ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା, ବିଜେପି ସରକାରଙ୍କୁ ଟାର୍ଗେଟ କରି ମଧ୍ୟପ୍ରଦେଶକୁ କହିଲେ ଭାରତର ଦୁର୍ନୀତି କେନ୍ଦ୍ରସ୍ଥଳ

121

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା । ସାଂସଦ ରାହୁଲ ଗାନ୍ଧୀ ଅଭିଭାଷଣରେ ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମହିଳା ସଂରକ୍ଷଣ ଆଇନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ । ଓବିସିଙ୍କୁ କ’ଣ ପାଇଁ ଆଇନରେ ସ୍ଥାନ ମିଳିନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଆସିଲେ ଜାତିଭିତିକ ଜନଗଣନା କରିବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।