ପୋଲାଣ୍ଡରେ ହରିବଂଶ ରାୟ ବଚ୍ଚନଙ୍କୁ ବଡ ସମ୍ମାନ : ତାଙ୍କ ନାଁରେ ନାମିତ ହେଲା ପୋଲାଣ୍ଡର ଏକ ଛକ, ବ୍ରୋକ୍ଲୋ ସହରର ସିଟି କାଉନସିଲର ନିଷ୍ପତ୍ତିି ଅନୁଯାୟୀ ନାମିତ ହେଲା ହରିବଂଶ ରାୟ ବଚ୍ଚନ ସ୍କୋୟାର

262

କନକ ବ୍ୟୁରୋ : ପୋଲାଣ୍ଡରେ ହରିବଂଶ ରାୟ ବଚ୍ଚନଙ୍କୁ ବଡ ସମ୍ମାନ ମିଳିଛି । ହରିବଂଶ ରାୟ ବଚ୍ଚନଙ୍କ ନାଁରେ ନାମିତ ହେଲା ପୋଲାଣ୍ଡର ଏକ ସ୍କୋୟାର । ବ୍ରୋକ୍ଲୋ ସହରର ସିଟି କାଉନସିଲର ନିଷ୍ପତ୍ତିି ପରେ ଏକ ଛକକୁ ହରିବଂଶ ରାୟ ବଚ୍ଚନଙ୍କ ନାଁ ଅନୁଯାୟୀ ନାମିତ କରାଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ ।

ତେବେ ଦଶହରା ସମୟରେ ଏହାଠାରୁ ବଡ ଆଉ କଣ ଉପହାର ହୋଇପାରେ ବୋଲି ଲେଖିଛନ୍ତି ଅମିତାଭ । ଏହାସହ ଅମିତାଭ ବଚ୍ଚନ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ହରିବଂଶ ରାୟ ବଚ୍ଚନ ସ୍କେ୍ୱର ଲେଖାଯାଇଥିବା ଫଳକ ଦେଖିବାକୁ ମିଳିଛି । ହିନ୍ଦି ସାହିତ୍ୟ ଜଗତର ସୁନାମଧନ୍ୟ କବି ହରିବଂଶ ରାୟ ବଚ୍ଚନ ନିଜର କବିତା ‘ମଧୁଶାଳା’ ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।