କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ପଂଚାୟତର ୧୧ ନମ୍ବର ୱାର୍ଡ ମାଟିଘର ସାହିରେ କମ୍ୟୁନିଟି ହଲ ଓ ୩ ନମ୍ବର ୱାର୍ଡ ଦକ୍ଷିଣ ସାହିର ଜାଗୁଳାଇ ମନ୍ଦିର ପୁନଃଉଦ୍ଧାର ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଛି । ଆଉ ଏହି କାମ ପାଇଁ ଦୁଇଟି ଲେଖାଏଁ ଫଳକ ଲଗାଯାଇଛି । ବିଜେପି ସମର୍ଥିତ କର୍ମୀ କାମ କରିବା ନେଇ ଫଳକ ମାରିଥିବା ବେଳେ ବିଜେଡି ସମର୍ଥିତ କର୍ମୀ ସମାନ ସ୍ଥାନରେ ସାମାନ ପ୍ରକଳ୍ପ ପାଇଁ ଫଳକ ଲଗାଇ ଦେଇଛନ୍ତି! ଯାହାକୁ ଦେଖି ଦ୍ୱନ୍ଦ୍ୱରେ ପଡିଛିନ୍ତି ଅଂଚଳବାସୀ ।
ଫଳକ ରାଜନୀତି ବାବଦରେ ଚନ୍ଦ୍ରାଦେଇପୁର ସରପଞ୍ଚ ଦେବେନ୍ଦ୍ର ବେହେରା ସୂଚନା ଦେଉଛନ୍ତି କି ଫଳକ ବିଷୟରେ ସେ ଅବଗତ ନାହାନ୍ତି, ମନ ଇଚ୍ଛା ଫଳକ ଲଗାଇଛନ୍ତି ! ପଂଚାୟତରେ କାର୍ୟ୍ୟ ପଞ୍ଚାୟତ ନକରି ବ୍ଲକ ହସ୍ତକ୍ଷପ କରୁଛନ୍ତି ତେଣୁ ସେ ନିରୁପାୟ! ୨୦୨୪ ନିର୍ବାଚନ ଆଗରୁ ଏଭଳି ଫଳକ ରାଜନୀତିକୁ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଏଭଳି ରାଜନୀତିକୁ ନାପସନ୍ଦ କରିଛନ୍ତି ପିପିଲି ବ୍ଲକର ପୂର୍ବତନ ବିଜେଡି ଯୁବ ସାଧାରଣ ସଂପାଦକ ।