ନିର୍ଦ୍ଧାରିତ ସମୟରେ ହିଁ ହେବ ଓୟୁଏଟି ପ୍ରବେଶିକା ପରୀକ୍ଷା

Advertisment
ଅକ୍ଟୋବର ୧୧ରେ ଓୟୁଏଟି ୟୁଜି ପ୍ରବେଶିକା ପରୀକ୍ଷା : ରାଜ୍ୟର ୨୪ଟି ସହରରେ ହେବ ୯୦ ପରୀକ୍ଷା କେନ୍ଦ୍ର
କନକ ବ୍ୟୁରୋ : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ବିଭିନ୍ନ କଲେଜରେ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ। ମେ’ ୧୯ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ରାଜ୍ୟର ୨୪ଟି ସହରରେ ୬୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଅନୁରୋଧ କରିଥିବା ପ୍ରଥମ ପସନ୍ଦର ସ୍ଥାନରେ ପରୀକ୍ଷା ଦେଇପାରିବେ। ଉକ୍ତ ପ୍ରବେଶିକା ପରୀକ୍ଷା ଆଡମିଟ୍ କାର୍ଡ ବିଶ୍ବବିଦ୍ୟାଳୟ ୱେବସାଇଟ୍  ‘www.ouat.nic.in’ ଓ ‘www.csc.lokaseba-odisha.in’ ରୁ ଡାଉନଲୋଡ କରିପାରିବେ ବୋଲି ବିଶ୍ବବିଦ୍ୟାଳୟ କୁଳସଚିବ ସୂଚନା ଦେଇଛନ୍ତି।
ସେହିପରି ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସସିଟିଇଆଣ୍ଡଭିଟି) ପକ୍ଷରୁ ଆୟୋଜିତ ସମସ୍ତ ଡିପ୍ଲୋମା ପରୀକ୍ଷା ମେ’ରୁ ୨୦ରୁ ଆରମ୍ଭ ହେବ। ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଏସସିଟିଇ ଆଣ୍ଡ ଭିଟି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ବିଭିନ୍ନ ସେମିଷ୍ଟରର ଡିପ୍ଲୋମା ପରୀକ୍ଷା ଚଳିତ ମାସରେ ଅନୁଷ୍ଠିତ ହେବାର ଥିଲା। ବାତ୍ୟାକୁ ଦୃଷ୍ଟିରେ ମେ’ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ସେହିପରି ରେଲୱେ ପକ୍ଷରୁ ୧୦ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଓ ଟେକ୍ନିକାଲ ପୋଷ୍ଟ ପାଇଁ ହେବାକୁ ଥିବା କମ୍ପ୍ୟୁଟର ବେସଡ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ସ୍ଥଗିତ ରଖାଯାଇଛି।
ଏହି ପରୀକ୍ଷା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ବର ଜିଲ୍ଲାରେ ସ୍ଥଗିତ ରହିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସ୍ଥଗିତ ଥିବା ପରୀକ୍ଷାଗୁଡ଼ିକୁ ପୁନଃ ପରିଚାଳିତ କରିବା ପାଇଁ ପରୀକ୍ଷା ନିୟନ୍ତ୍ରକ ନିର୍ଦେଶ ଦେଇଛନ୍ତି। ୟୁଜି ୪ର୍ଥ ସେମିଷ୍ଟର ୧୫ ତାରିଖରୁ, ୟୁଜି ଦ୍ବିତୀୟ ସେମିଷ୍ଟର ତଥା ବିଏଡ୍ ପ୍ରଥମ ବର୍ଷ ପରୀକ୍ଷା ୧୬ ତାରିଖ ଓ ପିଜି ଦ୍ବିତୀୟ ସେମିଷ୍ଟର ପରୀକ୍ଷା ୧୭ ତାରିଖରୁ ଆରମ୍ଭ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe