କନକ ବ୍ୟୁରୋ : ପାକିସ୍ତାନ ବାୟୁପଥରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରିଛି ଆମେରିକା । କୌଣସି ପରିସ୍ଥିତିରେ ମଧ୍ୟ ପାକ୍ ଏୟାର ସ୍ପେସ୍ ବ୍ୟବହାର ନକରିବାକୁ ଆମେରିକାର ବିମାନ କମ୍ପାନୀଗୁଡିକୁ ସରକାର ଜଣାଇ ଦେଇଛନ୍ତି । କାରଣ ପାକିସ୍ତାନ ଆକାଶରେ ଉଡାଣ କରିବା ସମୟରେ ଆମେରିକୀୟ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି ।
ଦୁଇ ଦିନ ତଳେ ଇରାକରା ରାଜଧାନୀ ବାଗଦାଦରେ ବିକ୍ଷୋଭକାରୀମାନେ ସେଠାରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିବା ପରେ ଏଭଲି ନିଷ୍ପତି ନେଇଛି ଟ୍ରମ୍ପ ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/donald_trump_3shutterstock_512913943_tUi047G.jpg)