କନକ ବ୍ୟୁରୋ: ଜାପାନର ଓସାକାରୁ ଆତଙ୍କବାଦ ବିରୋଧରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀ ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ଜୋରଦାର ବର୍ଷିଛନ୍ତି ମୋଦି । କହିଛନ୍ତି ବନ୍ଦ କରିବାକୁ ହେବ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶର ବାଟ । ଏହି ବୈଠକରେ ଭାରତ, ଋଷ, ଚୀନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲର ପ୍ରତିନିଧି ସାମିଲ ହୋଇଥିଲେ ।

Advertisment

publive-image

ସେପଟେ ଆଜି ଜାପାନର ଓସାକାରେ ଦୁଇଦିନିଆ-ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ଆମେରିକା ଓ ଭାରତ ସମେତ ସମସ୍ତ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ସାମିଲ ହୋଇଛନ୍ତି । ସମ୍ମିଳନୀରେ ୮ଟି ମୁଖ୍ୟ ପ୍ରସଙ୍ଗରେ ଉପରେ ଆଲୋଚନା ହେଉଛି । ବିଶ୍ୱ ଅର୍ଥନୀତି, ବାଣିଜ୍ୟ ଓ ନିବେଶ, ନୂଆ ଚିନ୍ତାଧାରାରା ପ୍ରବର୍ତନ, ପରିବେଶ ଓ ଶକ୍ତି ନିଯୁକ୍ତ ଓ ବିକାଶ ଓ ସ୍ୱାସ୍ଥ୍ୟ ବିଷୟରେ ସମ୍ମିଳନୀରେ ମୁଖ୍ୟତଃ ଆଲୋଚନା କରାଯିବ । ଜି-୨୦ରେ ୟୁରୋପୀୟ ସଂଘ ଓ ୧୯ଟି ଦେଶ ସଦସ୍ୟ ଅଛନ୍ତି । ସଦସ୍ୟ ରାଷ୍ଟ୍ର ସମେତ ଅନ୍ୟ ଦେଶ ଓ ଅନ୍ତର୍ଜାତୀୟ ସଙ୍ଗଠନକୁ ବି ବୈଠକକୁ ଆମନ୍ତ୍ରିତ କରାଯାଇଥାଏ ।

publive-image

ମୋଦିଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଜାପାନର ଓସାକାରେ ଚାଲିଥିବା ଜି-୨୦ ବୈଠକରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ଦୁଇ ବିଶ୍ୱସ୍ତରୀୟ ନେତା । ବିଶେଷ କରି ଟିକସ, ପ୍ରତିରକ୍ଷା, ଫାଇଭ୍-ଜି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନାରେ ଇରାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି । ଆଲୋଚନା ବେଳେ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । କହିଛନ୍ତି, ଭାରତରେ ମୋଦି ଭଲ କାମ କରୁଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ, ଆମେରିକା ଏବଂ ଜାପାନ ବିଶ୍ୱର ତିନିଟି ପ୍ରମୁଖ ଦେଶ । ସବକା ସାଥ୍ ସବକା ବିକାଶ, ହେଉଛି ଭାରତର ମୂଳମନ୍ତ୍ର । ଏହାପୂର୍ବରୁ ଗତକାଲି ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ଯେ, ଆମେରିକା ସାମଗ୍ରୀ ଉପରେ ଭାରତ ବର୍ଷ ବର୍ଷ ଧରି ଅଧିକ ଟିକସ ଲଗାଉଛି । ନିକଟରେ ମଧ୍ୟ ଏହି ଟିକସ ପରିମାଣ ବଢାଇଛି ।