ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ, ସରକାରୀ ବାବୁଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ ଖରାରେ କାମ କରାଉଛନ୍ତି ଠିକାଦାର ।

80

କନକବ୍ୟୁରୋ: ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କରିଥିବା ନିୟମକୁ ଖୋଲାଖୋଲି ଉଲ୍ଲଂଘନ । ଖୋଦ୍ ତଦାରଖ ପାଇଁ ଆସିଥିବା ସରକାରୀ ବାବୁଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ ଖରାରେ କାମ କରାଉଛନ୍ତି ଠିକାଦାର ।

କେଉଁ ଉପାନ୍ତ ଅଂଚଳ ନୁହେଁ ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ନିର୍ମାଣ ହେଉଥିବା କୋର୍ଟର ନୂଆ ବିଲ୍ଡିଂ ପାଇଁ ଖରାରେ କାମ କରୁଛନ୍ତି ଶ୍ରମିକ ।

ଅଂଶୁଘାତର ଆଶଙ୍କା ଥିବାରୁ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକ ମାନେ କାମ ନ କରିବାକୁ ନିର୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏହାର ତଦାରଖ ପାଇଁ ସରକାରୀ ବାବୁ ସେଠାରେ ରହିଛନ୍ତି । ତାଙ୍କ ଉପସ୍ଥିତିରେ ହିଁ କାମ କରୁଛନ୍ତି ଶ୍ରମିକ ।