କୂଳପତି ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୂଳପତି ଓ ଶିକ୍ଷାବିତ୍: କହିଲେ, ରାଜଭବନରେ ଭୁଲ ଥିଲା ଲିଖିତ ପରୀକ୍ଷାର ପ୍ରକ୍ରିୟା, ପଚରା ଯାଇଥିଲା ଅବାନ୍ତର ପ୍ରଶ୍ନ

୧୬ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ କରାଯାଇଥିଲା ଚୟନ

132

କନକ ବ୍ୟୁରୋ:  ଗତ ୨୩ ନଭେମ୍ବରରେ ରାଜ୍ୟପାଳ ପ୍ରଫେସର ଗଣେଶଲାଲ ରାଜ୍ୟର ପ୍ରମୁଖ ୬ ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତିଙ୍କ ନିଯୁକ୍ତି କରିଥିଲେ । ଉକ୍ତଳ ବିଶ୍ୱବିଦ୍ୟାଳୟ, ଉତର ଓଡିଶା ବିଶ୍ୱ ବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ,ଫକିରମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ନୁତନ କୁଳପତିଙ୍କୁ ରାଜ୍ୟପାଳ ଚୟନ କରି ନିଯୁକ୍ତି ଦେଇଥିଲେ । ତେବେ ଏହି ନୁତନ କୁଳପତିଙ୍କ ନିଯୁକ୍ତିକୁ ନେଇ ପ୍୍ରଶ୍ନ ଉଠାଇଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ଓ ଶିକ୍ଷାବିତ ମାନେ । କୁଳପତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ସେମାନେ ସାମ୍ବାଦିକ ସମ୍ମିଳନିରେ ମତବ୍ୟକ୍ତ କରିଛନ୍ତି ।

ଗତ ନଭେମ୍ବର ମାସରେ ୬ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ପୂର୍ବତନ କୁଳପତି ଓ ବିଶିଷ୍ଟ ଶିକ୍ଷାବିତ୍ । ଉକ୍ରଳ ବିଶ୍ୱବିଦ୍ୟାଳୟ, ଓୟୁଏଟି, ଉତର ଓଡିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଓ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ସଚିବ, ଏହି ଭଳି ବିଶିଷ୍ଟ ଶିକ୍ଷାବିତ ଶୁକ୍ରବାର ରାଜଧାନୀରେ ଏକାଠି ହୋଇ ଏହି ପ୍ରଶ୍ନ ଉଠାଇଛନ୍ତି ।

ପୁର୍ବରୁ କୁଳପତି ଚୟନ ପାଇଁ ଗଠିତ ହୋଇଥିବା ସର୍ଚ୍ଚ କମିଟି ଯେଉଁ ମାନଙ୍କ ନାଁ ସୁପାରିସ କରିଥାନ୍ତି ସେମାନଙ୍କୁ ବ୍ୟକ୍ତିଗତ ଭାବେ ନିର୍ଦ୍ଧିଷ୍ଟ ସମୟରେ କୁଳାଧିପତି ଭେଟିଥାନ୍ତି ଓ ସାକ୍ଷାତକାର ନେଇଥାନ୍ତି ଓ ତା ପରେ ସେମାନଙ୍କ ମଧ୍ୟରୁ କୁଳପତି ଚୟନ କରାଯାଇଥାଏ । ପୂର୍ବତନ କୁଳପତି ଓ ଶିକ୍ଷାବିତ ମାନେ ପ୍ରେସମିଟ ଡାକି କହିଛନ୍ତି, ଚଳିତ ଥର ସର୍ଚ୍ଚ କିମିଟି ଚୟନ କରିଥିବା ସମସ୍ତ ସଦସ୍ୟଙ୍କୁ ଗୋଟିଏ ସମୟରେ ରାଜଭବନକୁ ଡକାଯାଇଥିଲା । ସେଠାରେ ସେମାନଙ୍କୁ ଦୁଇ ଘଂଟା ବସାଇ ରଖାଯିବା ପରେ ରାଜ୍ୟପାଳଙ୍କ ସଚିବ ଆସି ଲିଖିତ ପରିକ୍ଷା ନେଇଥିଲେ । ପରିକ୍ଷାରେ ପଡିଥିବା ପ୍ରଶ୍ନ ଗୁଡିକ ବିଶ୍ୱବିଦ୍ୟାଳୟ ପରିଚାଳନା ସହ କୌଣସି ସମ୍ପର୍କ ନଥିବା ନେଇ ଅଭିଯୋଗ କରିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ବିନାୟକ ରଥ ।

ତେବେ କୁଳପତି ଚୟନ ପ୍ରକ୍ରିୟାକୁ ଠିକ ଭାବରେ ଅନୁସରଣ କରାଯାଇନାହିଁ ଏବଂ ଏହାଦ୍ୱାରା ବିଶ୍ୱବିଦ୍୍ୟାଳୟର ମାନ ଅବ କ୍ଷୟ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟ ମାନଙ୍କର ଉନ୍ନତି କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାଧିନତା ଦେବାକୁ ପଡିବ ଏବଂ କିଏ କୁଳପତି ହେବା, କିଏ ପ୍ରଫେସର ହେବେ ତାହା ଏକ ସ୍ୱତନ୍ତ୍ର କମିଟି ନିଷ୍ପତି କରିବା ନେଇ ମତ ଦେଇଛନ୍ତି ଶିକ୍ଷାବିତ ।