ଓଡ଼ିଶାରେ ଆତ୍ମହତ୍ୟା ହାର ଜାତୀୟ ହାର ଠାରୁ ଅଧିକ । ସବୁଠୁ ଅଧିକ ଆତ୍ମହତ୍ୟା କରୁଛନ୍ତି ଆତ୍ମ-ନିଯୁକ୍ତ ବ୍ୟକ୍ତି : ତା ପଛକୁ ଅଛନ୍ତି ଗୃହିଣୀ ଓ ବେକାରୀ

156

କନକ ବ୍ୟୁରୋ : ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଆତ୍ମହତ୍ୟା ହାର ସାମାନ୍ୟ ହ୍ରାସ ପାଇଥିଲେ, ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି ।
୨୦୦୯ରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୧୦.୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଲକ୍ଷେ ଜନସଖ୍ୟାରେ ୧୦.୪ ଜଣ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି । ତେବେ ମୋଟ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ଉପରେ ନଜର ପକାନ୍ତୁ ।
୨୦୦୯ – ୧,୨୭,୧୫୧
୨୦୧୯ – ୧,୩୯,୧୨୩

ଦେଶରେ କାହିଁକି ବଢ଼ୁଛି ଆତ୍ମହତ୍ୟା?
ପ୍ରତି ୪ ମିନିଟରେ ଯାଉଛି ଜଣଙ୍କ ଜୀବନ
ଓଡ଼ିଶାରେ ବି ବଢୁଛି ଆତ୍ମହତ୍ୟା ମାମଲା

ଓଡ଼ିଶାରେ ଆତ୍ମହତ୍ୟା ହାର ଜାତୀୟ ହାର ଠାରୁ ସାମାନ୍ୟ ଅଧିକ ରହିଛି ।  ପ୍ରତି ଲକ୍ଷେ ଜନସଂଖ୍ୟାରେ ୧୦.୫ ଜଣ ଆତ୍ମହତ୍ୟା କରୁଛନ୍ତି ।
୨୦୦୯ରେ ରାଜ୍ୟରେ ୪,୩୬୫ ଜଣ ଆତ୍ମହତ୍ୟା କରି ଜୀବନ ହାରିଥିବା ବେଳେ ୨୦୧୯ରେ ୪,୫୮୨ ଜଣ ଆତ୍ମହତ୍ୟା କରିଛନ୍ତି ।

ଏକ-ତୃତୀୟାଂଶ ଆତ୍ମହତ୍ୟାର କାରଣ ପାରିବାରିକ କଳହ
ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା

ନଜର ପକାନ୍ତୁ କେଉଁମାନେ କରୁଛନ୍ତି ଆତ୍ମହତ୍ୟା?
ଆତ୍ମ-ନିଯୁକ୍ତ ବ୍ୟକ୍ତି – ୩୫ ପ୍ରତିଶତ
ଗୃହିଣୀ – ୧୫.୪ ପ୍ରତିଶତ
ବେକାରି – ୧୦.୧ ପ୍ରତିଶତ
ବେତନ ଭୋଗୀ – ୯.୧ ପ୍ରତିଶତ
ଛାତ୍ର – ୭.୪ ପ୍ରତିଶତ
କୃଷି କ୍ଷେତ୍ର – ୭.୪ ପ୍ରତିଶତ
ଗୋଟିଏ ପଟେ ଆତ୍ମହତ୍ୟା ଏକ ବଡ଼ ମାନସିକ ସମସ୍ୟା ଭାବେ ଆଗକୁ ଆସୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଆତ୍ମହତ୍ୟା ଉଦ୍ୟମ କରି ବର୍ତି ଯାଇଥିବା ବ୍ୟକ୍ତିଙ୍କୁ ଆଇପିସି ଧାରା ୩୦୯ ଅନୁସାରେ ଦଣ୍ଡ ଦେବା ବ୍ୟବସ୍ଥା ରହିଛି । ସେହିପରି ମେଂଟାଲ ହେଲ୍ଥ୍ ଆକ୍ଟ ଅନ୍ତର୍ଗତ ୧୧୫ ଧାରା ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ଥଇଥାନ କରିବା ପାଇଁ ନିୟମ ରହିଛି । ଏ ନେଇ ବିତର୍କ ଆଗକୁ ବଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ ।