ରାଜ୍ୟରେ କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଡାକ୍ତର ନରୋଜ ମିଶ୍ର କହିଲେ, ଓଡିଶାରେ ବିଳମ୍ବ ହୋଇପାରେ ପିକ୍

708

କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମେ ୧୫ ତାରିଖ ଆଡ଼କୁ ପିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ମହାରାଷ୍ଟ୍ର ଓ ଦିଲ୍ଲୀରେ କମିବା ପରେ ପୁଣି ବଢିଲା । ତେଣୁ ଓଡ଼ିଶାରେ ପିକ ହେବା ବିଳମ୍ବ ହୋଇପାରେ । ଏକାଧିକ ରାଜ୍ୟରେ ପିକ ହେଲେ ଓଡ଼ିଶାରେ ହେବ । ତୃତୀୟ ଲହର ଏବେ ସମ୍ଭାବନା ନାହିଁ । ଯଦି ତୃତୀୟ ଲହର ଆସିବ ଅତିବେଶିରେ ୪ମାସ ପରେ । ତେଣୁ ଟିକାକରଣ ତ୍ୱରାନ୍ୱିତ ହେବା ଜରୁରୀ ।

ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ସଂକ୍ରମଣ ମାଡି ମାଡି ଚାଲିଛି । ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ହେଲେ ଏଯାଏଁ ପିକ ନେଇନି । ତେଣୁ ବିଳମ୍ବରେ ରାଜ୍ୟରେ ପିକ ନେଇପାରେ ସଂକ୍ରମଣ ବୋଲି ଡାକ୍ତର କହିଛନ୍ତି ।