ଓଡ଼ିଶାରେ ପୁଣି ଜଣେ ଆକ୍ରାନ୍ତଙ୍କ ନମୂନାରେ କରୋନା ଭୂତାଣୁ ଠାବ । ଗୁରୁବାର ପଠାଇଯାଇଥିବା ୧୪ଟି ନମୂନାରୁ ଗୋଟିଏ ପଜିଟିଭ

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ବ୍ୟକ୍ତି କରୋନା ପ୍ରଭାବିତ ଦେଶରୁ ଫେରିଥିବା ସୂଚନା ।

କନକ ବ୍ୟୁରୋ : ଓଡିଶାରେ ପୁଣି ଜଣେ ଆକ୍ରାନ୍ତଙ୍କ ନମୂନାରେ କରୋନା ଭୂତାଣୁ ଠାବ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆଜି ଆରଏମଆରସିକୁ ପଠାଯାଇଥିବା ୧୪ଟି ନମୂନା ମଧ୍ୟରୁ ଗୋଟିଏ ପଜିଟିଭ୍ ବାହାରିଛି । ଫଳରେ ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଥିବା ସ୍ପଷ୍ଟ ହୋଇଛି ।

ଏହି ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ବିଦେଶ ଗସ୍ତ କରି ଫେରିଥିବା ଜଣାପଡିଛି । ପୂର୍ବରୁ ଭୁବନେଶ୍ୱରରୁ ଜଣଙ୍କ ନମୂନାରେ କରୋନା ଭୂତାଣୁ ଥିବା ଜଣାପଡିଥିଲା । ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe