କରୋନା କଟକଣା ମଧ୍ୟରେ ରାଜ୍ୟରେ ଖୋଲିପାରେ ସ୍କୁଲ । ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ

1,221

କନକ ବ୍ୟୁରୋ : କରୋନା କଟକଣା କାଳରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର । ମିଲିଥିବା ସୂଚନା ଅନୁସାରେ, ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତି କରାଯାଇଛି ।

କରୋନା ପାଇଁ ପାଖାପାଖି ୬ ମାସ ହେବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ହେଡ଼ କ୍ୱାର୍ଟର ଛାଡି ନ ଯିବାକୁ ମଧ୍ୟ କୁହାଯାଇଛି । ସ୍କୁଲ ଭିତିଭୂମିକୁ କୋଭିଡ ୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି । ଏହାର ଉଲ୍ଲଂଘନ କଲେ ଘଟଣାକୁ ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ସୂଚନା ରହିଛି ।

ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧କୋଟି ୮୧ଲକ୍ଷ ୫୮ହଜାର ୪୦୦ ଟଙ୍କା ମଞ୍ଜୁରୀ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଭଳି ନିର୍ଦେଶାବଳୀରୁ ଖୁବଶୀଘ୍ର ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଅନୁମାନ କରାଯାଇ ପାରେ । ତେବେ କେବେ ଓ କେଉଁ ତାରିଖରେ ସ୍କୁଲ ଖୋଲିବ ସେନେଇ ନିଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ।