ଅତ୍ୟାବଶ୍ୟକ ବଜାର ସଉଦା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ଲକଡାଉନ ସମୟରେ ରାତିରେ ବି ଖୋଲିପାରିବେ ଦୋକାନ !!

ଅତ୍ୟାବଶ୍ୟକ ବଜାର ସଉଦା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ଲକଡାଉନ ସମୟରେ ରାତିରେ ବି ଖୋଲିପାରିବେ ଦୋକାନ !!

କନକ ବ୍ୟୁରୋ : କୋଭିଡ-୧୯ ପାଇଁ ଲକଡାଉନ ସମୟରେ ସହରାଞ୍ଚଳରେ ଗ୍ରୋସରୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ସହଜରେ ଉପଲବ୍ଧ ହେବ ଓ କିଣିବା ବେଳେ ସାମାଜିକ ଦୂରତ୍ବ ବଜାୟ ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରିହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏହା ଅବଗତ କରିବାକୁ ଚିଠି ଲେଖିଛନ୍ତି। ଏଥି ସହିତ ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ ସାମାଜିକ ଦୂରତ୍ୱ ରକ୍ଷଶ କରିବା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

– ଗ୍ରାହକ ଓ ବ୍ୟବସାୟୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବୃହତ୍ତ ମାର୍କେଟ ଖୋଲାଯାଉ। ଏଥିପାଇଁ ସହରାଞ୍ଚଳର ନିକଟରେ ଖାଲି ପଡ଼ିଥିବା ସ୍ଥାନ, ଖେଳପଡ଼ିଆ ଓ ସଡ଼କକୁ ବ୍ୟବହାର କରାଯାଇପାରିବ।

-ଭିଡ଼ ହ୍ରାସ କରିବା ପାଇଁ ଦୋକାନଗୁଡ଼ିକ ରାତି ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲାଯାଇପାରିବ।

-ପ୍ରତି ଦୋକାନ ସମ୍ମୁଖରେ ଗୋଲ ଚିହ୍ନ ଦିଆଯାଉ। ଏହା ଦ୍ୱାରା ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ହୋଇପାରିବ।

-ପ୍ରତି ସହରାଞ୍ଚଳରେ ଗ୍ରୋସରୀ, ପନିପରିବା, ଫଳ, ଔଷଧ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରକୁ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇପାରିବ। କିଛି ସହରରେ ଏହି କାମ ଆରମ୍ଭ ହୋଇଯାଇଛି।

-ଯଥାସମ୍ଭବ ମୋବାଇଲ ଭ୍ୟାନ ମାଧ୍ୟମରେ ଗ୍ରୋସରୀ, ପନିପରିବା, ଫଳ, ପାଣି ଆଦି ଯୋଗାଇବାକୁ ବ୍ୟବସ୍ଥା କରାଯାଉ।

-ଲୋକଙ୍କୁ ଗ୍ରୋସରୀ, ପନିପରିବା, ଫଳ ଆଦି ସାମଗ୍ରୀ ଯୋଗାଇବା ପାଇଁ ଠେଲାଗାଡ଼ି, ରିକ୍ସା ଆଦିରେ ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ମଧ୍ୟ ନିୟୋଜିତ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe