କନକ ବ୍ୟୁରୋ: ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୩୧ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ୨୧୬ ଜଣ । ଆଜି ୬୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୭, କୋରାପୁଟରୁ ୨୮, କଟକରୁ ୮୪, ବାଲେଶ୍ୱରରୁ ୪୦, ମାଲକାନଗିରିରୁ ୩, ମୟୂରଭଂଜରୁ ୩, ଯାଜପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୪, ଅନୁଗୁଳରୁ ୩୭ ଜଣ ପଟିଜିଭ୍ ଆସିଛନ୍ତି ।
ସେହିପରି ବରଗଡରୁ ୪, ଭଦ୍ରକରୁ ୧୨, ଢେଙ୍କାନାଳରୁ ୧୦, କନ୍ଧାମାଳରୁ ୫, କେନ୍ଦ୍ରାପଡାରୁ ୧୩, କେନ୍ଦୁଝରରୁ ୮, ସମ୍ବଲପୁରରୁ ୧୦, ସୋନପୁରରୁ ୧ ଏବଂ ସୁନ୍ଦରଗଡରୁ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ରେ ପହଚିଂଛି । ଏଯାଏ ୫ ହଜାର ୭୧୫ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୨ହଜାର ୯୦୯ ଜଣ ସୁସ୍ଥ ହୋଇଛନ୍ତି ।
Follow Us