କନକ ବ୍ୟୁରୋ: ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଏପରିକି କାଲିର ରେକର୍ଡ ଆଜି ଭାଙ୍ଗିଚାଲିଛି କରୋନା ମହାମାରୀ । ଏହି କ୍ରମରେ ଆଜି ୨୮ ଜିଲ୍ଲାରୁ ସରବରାଦିକ ୧୫ ଶହ ୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୬୯୩ରେ ପହଂଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 23rd July
New Positive Cases: 1594
In Quarantine: 1067
Local Contacts: 527(Details of local contacts will be shared by concerned District Administration)
District Wise Cases
1. Angul: 10
2. Balasore: 22
3. Bargarh: 8
4. Bhadrak: 60
5. Balangir: 6— I & PR Department, Odisha (@IPR_Odisha) July 24, 2020
ସେପଟେ, ଆଜି ଚିହ୍ନଟ ହୋଇଥିବା ୧୫୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୭୩୨ ଜଣ ଆକ୍ରାନ୍ତ କେବଳ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ୩୨୦ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୩୬, ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡରୁ ୮, ଭଦ୍ରକରୁ ୬୦, ବୌଦ୍ଧରୁ ୪୧, ଢେଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧାମାଳରୁ ୧୭, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୦, କୋରାପୁଟରୁ ୩୩, ମାଲକାନଗିରିରୁ ୯, ମୟୂରଭଂଜରୁ ୩୨ , ନବରଙ୍ଗପୁରରୁ ୩, ନୟାଗଡରୁ ୧୦, ନୂଆପଡାରୁ ୧, ପୁରୀରୁ ୩୦, ସମ୍ବଲପୁପରୁ ୧୩, ସୋନପୁରରୁ ୪ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।