କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୩୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଟିନ ସେଂଟରରୁ ୯୧୭ ଜଣ ଓ ଲୋକାଲ କଂଟାକ୍ଟ ୪୫୯ ଚିହ୍ନଟ । ୧୩୭୬ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୨୫ ହଜାର ୩୮୯କୁ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୧୫ ହଜାର ୯୨୮ଶହ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୨୮୭ରହିଛି ।

Advertisment

୩୦ ଜିଲ୍ଲାରୁ ଚିହ୍ନଟ ୧୩୭୬ ନୂଆ ପଜିଟିଭ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୮୭, କେନ୍ଦୁଝରରୁ ୧୦୩, ଗଜପତିରୁ ୭୪, କଟକରୁ ୭୫, ଅନୁଗୁଳରୁ ୫, ବାଲେଶ୍ୱରରୁ ୨୯, ବରଗଡରୁ ୭, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୯, ବୌଦ୍ଧରୁ ୮, ଦେବଗଡରୁ ୧୧, ଢେଙ୍କାନାଳରୁ ୧୫, ଏବଂ ଜଗତସିଂହପୁରରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଯାଜପୁରୁ ୮, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୧୧, କୋରାପୁଟରୁ ୭, ମାଲକାନଗିରିରୁ ୧୫,   ମୟୂରଭଂଜରୁ  ୨୨, ନବରଙ୍ଗପୁରରୁ ୨୧, ନୟାଗଡରୁ ୩୦, ନୂଆପଡାରୁ ୪, ପୁରୀରୁ ୯୧, ରାୟଗଡାରୁ ୪୫, ସମ୍ବଲପୁରରୁ ୧୭, ସୋନପୁରରୁ ୫ ଏବଂ ସୁନ୍ଦରଗଡରୁ ୩୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।