ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ। ଡ୍ରପ୍-ଆଉଟରେ ଏକ ନମ୍ବର

581

କନକ ବ୍ୟୁରୋ: ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ । ମାଧ୍ୟମିକସ୍ତରରେ ଡ୍ରପ୍-ଆଉଟରେ ଏକ ନମ୍ବର । ଶିକ୍ଷା କ୍ଷେତ୍ରରେ ଆଉ ଏକ ଅପଖ୍ୟାତି ଅର୍ଜନ କରିଛି ଓଡ଼ିଶା । ମାଧ୍ୟମିକ ଶିକ୍ଷା ସ୍ତରରେ ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ଓଡ଼ିଶାରେ ସର୍ବାଧିକ । ରାଜ୍ୟସଭାରେ ଏହି ତଥ୍ୟ ଉପସ୍ଥାପନ କରିଛି ଶିକ୍ଷା ମନ୍ତ୍ରାଳୟ । ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ତଥ୍ୟ କହୁଛି – ମାଧ୍ୟମିକ ସ୍ତରରେ

ଅଧାରୁ ଛାଡୁଛନ୍ତି ପାଠ
ଓଡ଼ିଶାରେ ଡ୍ରପ୍-ଆଉଟ୍ ହାର ସର୍ବାଧିକ ୨୭.୩ ପ୍ରତିଶତ
ଓଡ଼ିଶା ପଛକୁ ରହିଛି ମେଘାଳୟ
ମେଘାଳୟର ଡ୍ରପ୍-ଆଉଟ୍ ହାର ୨୧.୭ ପ୍ରତିଶତ
ବିହାରରେ ଏହି ହାର ୨୦.୫ ପ୍ରତିଶତ
ଆସାମରେ ଡ୍ରପ୍-ଆଉଟ୍ ହାର ୨୦.୩ ପ୍ରତିଶତ

ମାଧ୍ୟମିକ ଶିକ୍ଷା ସ୍ତରରେ ୧୫ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାଠ ଛାଡ଼ିବା ତାଲିକାରେ ରହିଛନ୍ତି ପଶ୍ଚିମବଙ୍ଗ, ଗୁଜରାଟ, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶ । ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ କାହିଁକି ଡ୍ରପ-ଆଉଟ୍ ହାର ସାରା ଦେଶରେ ଅଧିକ?