ଇଂରାଜୀ ମାଧ୍ୟମ ସ୍କୁଲ ସହ ତାଳ ଦେବାକୁ ଉଦ୍ୟମ । ପ୍ରାଥମିକ ଶିକ୍ଷାରେ ବୈପ୍ଲବିକ ପରିବର୍ତନ  ପାଇଁ ଅଂଟା ଭିଡିଲେ ରାଜ୍ୟ ସରକାର, ଏଣିକି ସମସ୍ତ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିସ ଶିକ୍ଷା

330

କନକ ବ୍ୟୁରୋ : ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ୍ । ରାଜ୍ୟର ୩୦ଟି ଜିଲ୍ଳାର ୧୦୧ଟି ବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ । ଏହି ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମାଧ୍ୟମ ସେକ୍ସନ ଖୋଲିବ । ଏଥିପାଇଁ ଆବଶ୍ୟକ ଭିତିଭୂମି ପୂରଣ କରିବାକୁ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏଥିସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ ଛାତ୍ରଛାତ୍ରୀମାନଙ୍କର ଆଧାର ସିଡିଂ ସୁନିଶ୍ଚିତ କରାଯିବ । ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆବଶ୍ୟକତା ଭିତିରେ ଶିକ୍ଷକମାନଙ୍କୁ ମୂତୟନ କରାଯିବ । ଏହାଦ୍ୱାରା ସରକାରୀ ବିଦ୍ୟାଳୟରେ ବି ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟ ଭଳି ଶିକ୍ଷା ମିଳିବ ।

ସେହିପରି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ । ପ୍ରାଥମିକ, ଉଚ୍ଚ-ପ୍ରାଥମିକ, ଉଚ୍ଚ ବିଦ୍ୟାଳୟଗୁଡିକୁ ଯଥାକ୍ରମେ ୧ କିଲୋମିଟର , ୨ କିଲୋମିଟର ଓ ୩ କିଲୋମିଟର ପରିସର ମଧ୍ୟରେ ଥିବା ବିଦ୍ୟାଳୟରେ ମିଶାଇ ଦିଆଯିବ । ଏହାଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ଓ ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।