ବନ୍ୟା ଚାଲିଗଲା ଦୁଃଖ ଛାଡ଼ି ଗଲା: ପୁରୀ କୋଣାର୍କ ଏବଂ ଯାଜପୁର ଧର୍ମଶାଳାରୁ ଆସିଲା ପାଣି ପରର ଦୟନୀୟ ଚିତ୍ର; ପାଣିରେ ବୁଡ଼ି ରହିଛି ଚାଷ, ନଷ୍ଟ ହେବାକୁ ବସିଲାଣୀ ଚାଷୀ ପରିଶ୍ରମ

ଧାନ ସହ ମାଟିରେ ମିଶିଲା ପନିପରିବା

130

କନକ ବ୍ୟୁରୋ: ଧନୁଆ ନୀଦରେ ବନ୍ୟା ଉଜାଡିଦେଲା ସୁନାଫସଲ । ବନ୍ୟାପାଣିରେ ପଚିସଢିଗଲା ହଜାର ହଜାର ହେକ୍ଟର ଧାନ ଓ ପନିପରିବା । ଆମେ ଆପଣଙ୍କୁ ୩ଟି ସ୍ଥାନର ଚିତ୍ର ଦେଖାଉଛୁ । କୋଣାର୍କ ଏବଂ ଧର୍ମଶାଳା ଅଂଚଳର । ଗୋପ ବ୍ଲକର ୫ଟି ପଂଚାୟତରେ କିଭଳି ସ୍ଥିତି ରହିଛି ଇଏ ହେଉଛି ତାର ଦୃଶ୍ୟ । ନୂଆଖୋଲମରା, ରାହାଗୋରଡା ଓ ଗଣେଶ୍ୱରପୁର ପଂଚାୟତରେ ପାଣି ଛାଡିଥିଲେ ବି ଚାଷଜମିରେ ଫସଲ ଉଜୁଡିଯାଇଛି । ହେକ୍ଟର ହେକ୍ଟର ଚାଷଜମିରେ ଧାନଫସଲ ପଚିସଢି ନଷ୍ଟ ହୋଇଯାଇଛି ।

୫ଏକରରୁ ଆରମ୍ଭ କରି ୧୦ ଏକର ଜମିରେ ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷ କରିଥିଲା । କିନ୍ତୁ ବନ୍ୟାପାଣି ଏବେ ସବୁ ଉଜାଡିଦେଇଛି । ଏବେ ବି ବନ୍ୟାପାଣି ନିସ୍କାସନ ନହୋଇ ଜମିରେ ଜମି ରହିଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ପାଚିଲା ,ଦରପାଚିଲା ବିୟୋଳି ଧାନ ପାଣିରେ ବୁଡି ରହିଛି । ଧର୍ମଶାଳା ବ୍ଲକର ୪୫ଟି ପଂଚାୟତ ମଧ୍ୟରୁ ୩୦ଟିରୁ ଅଧିକ ପଂଚାୟତ ବନ୍ୟାପାଣିରେ କ୍ଷତିଗ୍ରସ୍ତ ହୋଇଛି । କୌଣସି କୃଷି କିମ୍ବା ରାଜସ୍ୱ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିନଥିବା ଜଣାପଡିଛି ।