କନକ ବ୍ୟୁରୋ: ଆଇଏଲଏସର ଅନୁଧ୍ୟାନରୁ ମିଳିଲା ତଥ୍ୟ । ଓଡିଶାରେ ୯୮% ଓମିକ୍ରନ୍ ଭୂତାଣୁ । ତେବେ ଏହା ଏଥିପାଇଁ କୁହାଯାଉଛି, କାହିଁକି ନା ଆଇଏଲଏସ ୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା । ସେଥିରୁ ୨୩୫ଟି ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ତେବେ ୨୩୫ଟି ଓମିକ୍ରନ୍ ସଂକ୍ରମିତଙ୍କ ଭିତରୁ ୨୧୭ଟି ହେଉଛି ବିଏ.୨ ଭୂତାଣୁ । ସେହିପରି ୧୨ଟି ବିଏ.୧.୧ ଭୂତାଣୁ ଓ ୬ଟି ବିଏ.୧ ଭୂତାଣୁ ବୋଲି ଆଇଏଲଏସ୍ ସୂଚନା ଦେଇଛି । ତେବେ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ମଧ୍ୟରେ ଏହି ସବୁ ନମୁନା ସଂଗ୍ରହ ହୋଇଥିଲା ବୋଲି ସୂଚନା ମିଳିଛି ।
ଓଡିଶାରେ ୯୮% ଓମିକ୍ରନ୍ ଭୂତାଣୁ
ଆଇଏଲଏସର ଅନୁଧ୍ୟାନରୁ ମିଳିଲା ତଥ୍ୟ
୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା ଆଇଏଲଏସ୍
ସେଥିରୁ ୨୩୫ଟି ଓମିକ୍ରନ୍ ଭୂତାଣୁ
୨୩୫ ଭିତରୁ ୨୧୭ଟି ହେଉଛି ବିଏ.୨ ଭୂତାଣୁ
୧୨ଟି ବିଏ.୧.୧ ଭୂତାଣୁ ଓ ୬ଟି ବିଏ.୧ ଭୂତାଣୁ
ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ମଧ୍ୟରେ ନମୁନା ସଂଗ୍ରହ ହୋଇଥିଲା #OmicronVariant pic.twitter.com/2yTXGJHGX0— Kanak News (@kanak_news) February 10, 2022