ନାହାନ୍ତି ଅଧୀକ୍ଷକ ! ବିନା ମୁଖିଆରେ ଚାଲିଛି ୫ ସର୍କଲ ଜେଲ

94

କନକ ବ୍ୟୁରୋ : ରାଜ୍ୟର ୫ଟି ସର୍କଲ୍ ଜେଲରେ ଖାଲି ପଡ଼ିଛି ବରିଷ୍ଠ ଅଧୀକ୍ଷକ ପଦ। ଅର୍ଥାତ ବିନା ମୁଖିଆରେ ଚାଲିଛି ରାଜ୍ୟର ୫ଟି ସର୍କଲ ଜେଲ୍। ଗୋଟିଏ ସର୍କଲ୍ ଅଧୀନରେ ପାଖାପାଖି ୧୦ରୁ ୧୨ ଜେଲ୍ ପରିଚାଳିତ ହେଉଥିବା ବେଳେ ସେହି ଜେଲ୍ ଗୁଡ଼ିକର ପ୍ରଶାସନିକ ପରିଚାଳନା କିଭଳି ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ୫ଟି ଜେଲର ବରିଷ୍ଠ ଅଧୀକ୍ଷକ ପଦବି ସହିତ ଦୁଇଟି ସର୍କଲର ଡିଆଇଜି ପଦବି ବି ଖାଲିପଡ଼ିଛି। ଡିଆଇଜି ଏବ˚ ବରିଷ୍ଠ ଅଧୀକ୍ଷକ ନଥିବାରୁ ଜେଲରେ କଏଦୀଙ୍କ ଖାଦ୍ୟଦ୍ରବ୍ୟର ଯାଞ୍ଚ, ଭିତ୍ତିଭୂମି ଏବ˚ ଜେଲ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କିଭଳି ଢ˚ଗରେ କରାଯିବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜେଲ୍ ମେଡିକାଲ୍ କଥା ଯଦି ଦେଖାଯାଏ, ତେବେ ପାଖାପାଖି ୮୯ଟି ଜେଲ୍ ମେଡିକାଲରେ କଏଦୀଙ୍କ ଚିକିତ୍ସା ପାଇଁ ସ୍ଥାୟୀ ମେଡିକାଲ୍ ଅଫିସର ନାହାନ୍ତି। ଚିକିତ୍ସା ବ୍ୟବସ୍ଥା ବି ସା˚ଘାତିକ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ ସରକାର ୫-ଟି କାର୍ଯ୍ୟକ୍ରମକୁ ସମସ୍ତ ବିଭାଗରେ କାର୍ଯ୍ୟକାରୀ କରିବା କଥା କହୁଥିବା ବେଳେ ଜେଲ୍ ବିଭାଗରେ ଏଭଳି ପରିସ୍ଥିତି ଜାରି ରହିଥିବାରୁ ଜେଲରେ ସ˚ସ୍କାର କିଭଳି ହେବ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୯୧ଟି ଜେଲରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ସମସ୍ୟା ଚରମ ସୀମାରେ ପହଞ୍ଚିଛି। ଜେଲର ପ୍ରଶାସନିକ କାର୍ଯ୍ୟ ଏବ˚ କଏଦୀଙ୍କ ରକ୍ଷଣାବେକ୍ଷଣରେ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ବାରିପଦା, କୋରାପୁଟ ଏବ˚ ସମ୍ବଲପୁର ସର୍କଲ୍ ଜେଲରେ ଡିଆଇଜି ଥିବାବେଳେ ଅନ୍ୟ ଦୁଇ ସର୍କଲ୍ ବ୍ରହ୍ମପୁର ଓ ଚୌଦ୍ବାରରେ ୨ଟି ଡିଆଇଜି ପଦବି ଗଲା ଏକ ବର୍ଷ ହେବ ଖାଲି ପଡ଼ିଛି। ସେହିପରି ୫ଟି ସର୍କଲ୍ ଏବ˚ ବ୍ରହ୍ମପୁରରେ ଥିବା ଓଡ଼ିଶା ଜେଲ୍ ଟ୍ରେନି˚ ସ୍କୁଲ ମୋଟ ୬ ଜଣ ସିନିଅର୍ ସୁପରିଟେଣ୍ତେଣ୍ଟ ନାହାନ୍ତି। ଦୁଇ ବର୍ଷ ହେବ ପଦବି ଖାଲି ପଡ଼ିଛି। ତାଙ୍କ ବଦଳରେ ସର୍କଲ୍ ଜେଲରେ ତଳ ପାହ୍ୟାର ଅଫିସର ସର୍କଲ୍ ଦାୟିତ୍ବ ତୁଲାଉଛନ୍ତି। ସେହିଭଳି ପ୍ରାୟ ୧୨ଟି ଜେଲର ପଦବି ବର୍ଷେରୁ ଅଧିକ କାଳ ହେବ ଖାଲି ପଡ଼ିଥିବା ବେଳେ ଆସିଷ୍ଟାଣ୍ଟ ଜେଲର୍ ୧୨ଟି, ସବ୍ ଆସିଷ୍ଟାଣ୍ଟ ଜେଲର୍ ପଦବି ପ୍ରାୟ ୧୩୫ଟି ଗଲା ୧୦ ବର୍ଷ ହେବ ଖାଲି ପଡ଼ିଛି।

ୱାର୍ଡର ପଦବି ୨୦୧୮ରୁ ୧୦୦ଟି ଖାଲି ପଡ଼ିଛି। ପ୍ରତି ଜେଲରେ ଜଣେ ଲେଖାଏ ମେଡିକାଲ୍ ଅଫିସର ରହିବାର ବ୍ୟବସ୍ଥା ଥିବାବେଳେ ଭୁବନେଶ୍ବର ଓ କଟକ ଚୌଦ୍ବାର ଜେଲ୍କୁ ବାଦ୍ ଦେଲେ ଅନ୍ୟ ଜେଲ୍ଗୁଡ଼ିକରେ ପ୍ରାୟତଃ ମେଡିକାଲ୍ ଅଫିସର୍ ନାହାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରଙ୍କୁ ଡେପୁଟେସନରେ ଅଣାଯାଉଛି। ସିଏ ବି ନିୟମିତ ଡ୍ୟୁଟି କରୁନାହାନ୍ତି। ସପ୍ତାହରେ ଦୁଇରୁ ତିନି ଦିନ ଡ୍ୟୁଟି କରୁଛନ୍ତି। ସାଇକ୍ରିଆଟିକ୍ ଡାକ୍ତରଙ୍କ କଥା ଯଦି ଦେଖାଯାଏ ତେବେ ୫ଟି ସର୍କଲ୍ ପାଇଁ ୫ ଜଣ ସାଇକ୍ରିଆଟିକ୍ ଡାକ୍ତର ପଦବି ସୃଷ୍ଟି କରାଯାଇଛି। କିନ୍ତୁ ଏବେ ମାତ୍ର ଜଣେ ସାଇକ୍ରିଆଟିକ୍ ଡାକ୍ତର ଚୌଦ୍ବାର ସର୍କଲ୍ ଜେଲରେ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ହୋଇଛନ୍ତି। ଅନ୍ୟ ଚାରି ସର୍କଲ୍ ଜେଲରେ ସାଇକ୍ରିଆଟିକ୍ ଡାକ୍ତର ନାହାନ୍ତି। ଏଭଳି ପରିସ୍ଥିତି ଦେଇ ଗତି କରୁଥିବା ଜେଲ ବିଭାଗର ସୁଧାର ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ରାଜ୍ୟର ଏବେ ପାଖାପାଖି ୮୦ ଜଣ ମାନସିକ ରୋଗୀ ଚୌଦ୍ବାର ଜେଲରେ ଜଣେ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଆଚାର ବ୍ୟବହାର ସାଧାରଣ କଏଦୀଙ୍କ ପରି ହୋଇନଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ବଡ଼ ଧରଣର ସମସ୍ୟା ହେଉଛି। ମାନସିକ ରୋଗୀ କେବଳ ଯେ ସମସ୍ୟା ଭୋଗୁଛନ୍ତି ତାହା ନୁହେଁ, ଅଧିକା˚ଶ ଜେଲରେ ସିସିଟିଭି ଅଚଳ ହୋଇପଡ଼ିଛି। ୱାର୍ଡର ପଦବି ଯେଭଳି ଢ˚ଗରେ ଖାଲି ପଡ଼ିଛି, ଜେଲରେ କଏଦୀଙ୍କୁ ସୁରକ୍ଷା ଯୋଗାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଜେଲ ବିଭାଗ ଜେଲ୍ ମାନୁଆଲରେ ସ˚ଶୋଧନ, ଗଲା ୧୦ ବର୍ଷ ଭିତରେ ଜେଲ୍ ଯାଇଥିବା ପାଖାପାଖି ୮ ଲକ୍ଷ କଏଦୀଙ୍କ ତଥ୍ୟ ଇ-ପ୍ରିଜନସ ପ୍ରକଳ୍ପ ମାଧ୍ୟମରେ ସ˚ରକ୍ଷିତ ରଖିବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛି। କିନ୍ତୁ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଜେଲ୍ ବିଭାଗର କିଭଳି ସ˚ସ୍କାର ଆସିପାରିବ, ସେ ନେଇ ପ୍ରଶ୍ନ ଉଠୁଛି।