ଗୋଚର ଜମିରେ ବାଡ ଭଙ୍ଗାକୁ ନେଇ ତୁମୁଳକାଣ୍ଡ । ନୀଳଗିରି ବାବନ୍ଦ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

93

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗୋଷ୍ଠୀ ସଂଘର୍ଷ । ଗୋଚର ଜମିର ବାଡ ଭଙ୍ଗାକୁ ନେଇ ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗା ବାଡି, ଶାବଳ ଓ ମାରଣାସ୍ତ୍ର । ନୀଳଗିରି ନିକଟ ବାବନ୍ଧ ଗାଁରେ ଛୋଟ କଥାକୁ ନେଇ ମହାଭାରତ ହୋଇଯାଇଛି । ଗୋଚର ଜମିରେ ଥିବା ବାଡକୁ ଗୋଟିଏ ଗୋଷ୍ଠୀ ଭାଙ୍ଗି ଦେଇଥିଲେ । ଏହାକୁ ଅପର ଗୋଷ୍ଠୀ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀର ମହିଳା ଓ ପୁରୁଷ ହାତରେ ଠେଙ୍ଗା, ବାଡି, ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୋଟିଏ ଗୋଷ୍ଠୀର ସ୍ୱାମୀ ସ୍ତ୍ରୀ ଆହତ ହୋଇଛନ୍ତି । ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।