ବ୍ରହ୍ମପୁର ମଡେଲ ପବ୍ଲିକ୍ ଲାଇବ୍ରେରୀକୁ ନୂଆବର୍ଷ ଉପହାର । ପ୍ରବାସୀ ଓଡିଆ ସମାଜ ପକ୍ଷରୁ ମିଳିବ ସହାୟତା

46

କନକ ବ୍ୟୁରୋ: ବ୍ରହ୍ମପୁରରେ ଥିବା ମଡେଲ ପବ୍ଲିକ ଲାଇବ୍ରେରୀକୁ ନୂଆ ବର୍ଷରେ ମିଳିଛି ଅଭିନବ ଉପହାର । ପ୍ରବାସୀ ଓଡିଆ ସମାଜ ‘ଦ ଓଡିଶା ସୋସାଇଟି ଅଫ ଆମେରିକାସ’ ଓ ବ୍ରହ୍ମପୁର ନଗର ନିଗମ ମଧ୍ୟରେ ପାଠାଗାରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଚୁକ୍ତିର ନବୀକରଣ ହୋଇଛି । ଅଧିକ ୫ ବର୍ଷ ପାଇଁ ପାଠାଗାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜିନାମା ହୋଇଛି । ଓସାର କର୍ମକର୍ତାଙ୍କ ଆଗ୍ରହ ଓ ଆଂଚଳିକ ସ୍ୱେଚ୍ଛାସେବୀଙ୍କ ସହ ଯୋଗରେ ଏହି ପାଠାଗାର ଏବେ କାର୍ଯ୍ୟକ୍ଷମ ।

ଶହ ଶହ ଛାତ୍ରଛାତ୍ରୀ ସଭ୍ୟ ହୋଇ ପାଠାଗାରର ସମସ୍ତ ଆନୁସଙ୍ଗିକ ସୁବିଧା ପାଉଛନ୍ତି । ଜୁମ-ୱେବନାର ଜରିଆରେ ଯୋଡି ହୋଇଥିଲେ ଆମେରିକାରୁ  ଓସା ସଭାପତି କୁକୁଦାସ, ଉପସଭାପତି ଅନୀଲ ପଟ୍ଟନାୟକ, ଓପିଏଲଆଇର ନିଶିକାନ୍ତ ସାହୁ, ଅଜୟ ମହାନ୍ତିଙ୍କ ସମେତ ବ୍ରହ୍ମପୁର ନଗର ନିଗମ କମିଶନର ଡକ୍ଟର ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ପାଠାଗାରର ସହଯୋଗୀ ବି ନାଗାରାଓ ସୁବିଦ୍ଧି । ବ୍ରହ୍ମପୁରର ସାଧାରଣ ଜନତା ଏହି ପାଠାଗାର ପ୍ରକଳ୍ପରେ ଯୋଡି ହେଲେ ଏହାର ପ୍ରକୃତ ଲକ୍ଷ୍ୟ ପୂରଣ ହେବ ବୋଲି ଓସା ପକ୍ଷରୁ ବିବୃତି ଦିଆଯାଇଛି ।