କନକ ବ୍ୟୁରୋ: ବ୍ରହ୍ମପୁରରେ ଥିବା ମଡେଲ ପବ୍ଲିକ ଲାଇବ୍ରେରୀକୁ ନୂଆ ବର୍ଷରେ ମିଳିଛି ଅଭିନବ ଉପହାର । ପ୍ରବାସୀ ଓଡିଆ ସମାଜ ‘ଦ ଓଡିଶା ସୋସାଇଟି ଅଫ ଆମେରିକାସ’ ଓ ବ୍ରହ୍ମପୁର ନଗର ନିଗମ ମଧ୍ୟରେ ପାଠାଗାରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଚୁକ୍ତିର ନବୀକରଣ ହୋଇଛି । ଅଧିକ ୫ ବର୍ଷ ପାଇଁ ପାଠାଗାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜିନାମା ହୋଇଛି । ଓସାର କର୍ମକର୍ତାଙ୍କ ଆଗ୍ରହ ଓ ଆଂଚଳିକ ସ୍ୱେଚ୍ଛାସେବୀଙ୍କ ସହ ଯୋଗରେ ଏହି ପାଠାଗାର ଏବେ କାର୍ଯ୍ୟକ୍ଷମ ।
ଶହ ଶହ ଛାତ୍ରଛାତ୍ରୀ ସଭ୍ୟ ହୋଇ ପାଠାଗାରର ସମସ୍ତ ଆନୁସଙ୍ଗିକ ସୁବିଧା ପାଉଛନ୍ତି । ଜୁମ-ୱେବନାର ଜରିଆରେ ଯୋଡି ହୋଇଥିଲେ ଆମେରିକାରୁ ଓସା ସଭାପତି କୁକୁଦାସ, ଉପସଭାପତି ଅନୀଲ ପଟ୍ଟନାୟକ, ଓପିଏଲଆଇର ନିଶିକାନ୍ତ ସାହୁ, ଅଜୟ ମହାନ୍ତିଙ୍କ ସମେତ ବ୍ରହ୍ମପୁର ନଗର ନିଗମ କମିଶନର ଡକ୍ଟର ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ପାଠାଗାରର ସହଯୋଗୀ ବି ନାଗାରାଓ ସୁବିଦ୍ଧି । ବ୍ରହ୍ମପୁରର ସାଧାରଣ ଜନତା ଏହି ପାଠାଗାର ପ୍ରକଳ୍ପରେ ଯୋଡି ହେଲେ ଏହାର ପ୍ରକୃତ ଲକ୍ଷ୍ୟ ପୂରଣ ହେବ ବୋଲି ଓସା ପକ୍ଷରୁ ବିବୃତି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/Screen-Shot-2021-01-03-at-9.54.46-AM.png)