କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତ ଶାଶ୍ୱତ ଚୌବେ ଗିରଫ ! ବିହାରରେ ସାଂପ୍ରଦାୟିକ ହିଂସାକୁ ଉସୁକାଇବା ଅଭିଯୋଗ

42

କନକ ବ୍ୟୁରୋ: ବିହାରରେ ସାଂପ୍ରଦାୟିକ ହିଂସା କୁ ଉସୁକାଇବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତ ଶାଶ୍ୱତ ଚୌବେଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଅର୍ଜିତଙ୍କୁ ବିହାର ପୋଲିସ ପାଟନାରୁ ଭାଗଲପୁର ନେଇଛି । ଆଜି ତାଙ୍କୁ ଭାଗଲପୁର କୋର୍ଟରେ ହାଜର କରାଯିବ । ଆରାରୁ ପାଟନା ଆସିବା ପରେ ପାଟନା ଷ୍ଟେସନ ବାହାରେ ଅର୍ଜିତ ଗିରଫ ହୋଇଛନ୍ତି । ମାମଲାରେ ଅର୍ଜିତ ଜାମିନ ପାଇଁ ପାଟନା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଗତକାଲି ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ଗିରଫଦାରୀକୁ ନେଇ ବିହାରର ନିତିଶ କୁମାର ସରକାର ସମାଲୋଚନାର ଶୀକାର ହୋଇଥିଲେ । ଏପରିକି ତାଙ୍କୁ ସରକାର ବଂଚାଉଥିବା ଅଭିଯୋଗ କରିଥିଲେ ବିରୋଧୀ ।