ଚାଲିଥିଲା ବିବାହ, ହଠାତ ବାଜିଲା ଗୁଳି ! ବିବାହର ଖୁସିକୁ ଦଳିଦେଲା ମୃତ୍ୟୁର ଛାୟା ।

24

ବିବାହର ସମସ୍ତ ଖୁସିକୁ ଦଳିଦେଲା ମୃତୁର ଛାୟା । ଉତ୍ତରପ୍ରଦେଶର ଲଖିମପୁର ଖିରି ଜିଲ୍ଲାରେ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନିମଗାଓଁ ଥାନା ଅନ୍ତର୍ଗତ ରାମପୁର ଠାରେ ଏକ ବିବାହ ସମାରୋହ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ଦ୍ୱାରପୂଜା ଚାଲିଥିବା ସମୟରେ ହଠାତ ବରକୁ ଗୁଳି ମରାଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତୁ କରୁଛି ।

ବିବାହ ପାଇଁ ବାଣଫୁଟା ଠାରୁ ଆରମ୍ଭ କରି ସୁନ୍ଦର ଶୋଭାଯାତ୍ରାରେ ବରଯାତ୍ରୀ କନ୍ୟା ଘର ଅଭିମୁଖେ ଆସିଥିଲା । ବିବାହର ସଙ୍ଗୀତ ମଧ୍ୟ ବାଜୁଥିଲା । ମୁଣ୍ଡରେ ସେହରା ପିନ୍ଧି ବିବାହ ପାଇଁ ବର, କନ୍ୟା ଘରେ ପହଞ୍ଚିଯାଇଥିଲା । ଦ୍ୱାରପୂଜା ଚାଲିଥିବା ସମୟରେ ହଠାତ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ଆଉ ଏହା ପରେ ପୁରା ପରିବେଶରେ ଶୋକର ଛାୟା ଖେଳିଯାଇଥିଲା । କାରଣ ବରଟିର ମୃତ୍ୟୁ ହୋଇଯାଇଥିଲା ।

ତେବେ ପ୍ରକୃତ କଥା ହେଉଛି, ଜଣେ ବ୍ୟକ୍ତି ବିବାହର ଖୁସିରେ ଫାୟାରିଂ କରିବା ପାଇଁ ବନ୍ଧୁକ ଖୋଲିବାର ଚେଷ୍ଟା କରୁଥିଲା । ଏହି ସମୟରେ ହଠାତ ବନ୍ଧୁକରୁ ଫାୟାରିଂ ହୋଇଯାଇଥିଲା ଏବଂ ଗୁଳି ଯାଇ ସିଧା ବରଟିର ଛାତିରେ ଲାଗିଥିଲା । ତେବେ କେହି କିଛି ବୁଝିବା ଆଗରୁ ବରଟି ନିଜ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲା । ତେବେ କୁହାଯାଉଛି ଯେ, ଯେଉଁ ବ୍ୟକ୍ତି ଏହି ଗୁଳି ଚଳାଇଥିଲେ ସେ ବର ପକ୍ଷରୁ ହିଁ ଆସିଥିଲେ । ତାଙ୍କ ନାମ ରାମଚନ୍ଦ୍ର ବର୍ମା ଅଟେ ।

ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କିନ୍ତୁ ବିବାହ ମଣ୍ଡପରେ ଯେମିତି ଗୁଳି ଚାଳନା ହୋଇଥିଲା ତାହା ପୁରା ପରିବାରର ଖୁସିକୁ ଛଡାଇ ନେଇଥିଲା । ଯେଉଁଠି ଗୋଟିଏ ସମୟରେ ସମସ୍ତେ ଖୁସିରେ ଝୁମି ଉଠିଥିଲେ ଅଳ୍ପ ସମୟ ମଧ୍ୟରେ ସେଠାରେ ଶୋକ ଛାଇଯାଇଥିଲା ।

ସୂଚନା ଅନୁଯାୟୀ, ଏହି ପରି ଏକ ଘଟଣା ଚିତ୍ରକୁଟ ଜିଲ୍ଲାର ଶିବରାମପୁରରେ ଗତ ଗୁରବାର ରାତିରେ ଘଟିଥିଲା । ବରର ଭଣଜା ହର୍ଷ ଖୁସି ମନେଇବାକୁ ଯାଇ ଗୁଳିଚାଳନା କରିଥିଲା । ଯାହାକି ଗୁଳି ଯାଇ ତାଙ୍କ ଚାଚାଙ୍କ ଦେହରେ ବାଜିଥିଲା । ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ହର୍ଷକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।