କନକ ବ୍ୟୁରୋ : ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ମାଲକାନଗିରିର ଦିନ ୩ଟାର ଟ୍ରେଣ୍ଡ୍ କହୁଛି ୭ଜୋନରେ ବିଜେଡି ଆଗୁଆ ରହିଛି । ମୋଟ୍ ୧୫ଟି ଜିଲ୍ଲା ପରିଷଦ ଜୋନରୁ ଗତଥର ବିଜେଡି ଗୋଟିଏ ଜିତିଥିଲା । ମାଥିଲି ବ୍ଲକ ୧୦ନଂ ଜୋନରେ ଲକ୍ଷ୍ମୀପ୍ରିୟା ନାୟକ ଆଗରେ ରହିଛନ୍ତି । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଝିଆରୀ ଲକ୍ଷ୍ମୀପ୍ରିୟା । କଂଗ୍ରେସ ଛାଡି ବିଜେଡିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ବାକା ପରିବାରକୁ ନେଇ ଚଳିତ ନିର୍ବାଚନରେ ଚର୍ଚ୍ଚା ଲାଗିରହିଥିଲା ।

Advertisment

ମାଲକାନଗିରିରେ ବିଜୁ ଜନତା ଦଳ ସମ୍ମାନର ଲଢେଇ ଲଢୁଛି । ୧୫ଟି ଜିଲ୍ଲା ପରିଷଦ ଆସନରୁ ଗତଥର ମାତ୍ର ଗୋଟିଏ ଜିତିଥିଲା ବିଜେଡି । ମାଲକାନଗିରି ନିର୍ବାଚନୀ କ୍ଷେତ୍ରର ୯ଟି ଜୋନରେ ୨ ଲକ୍ଷ ବଙ୍ଗୀୟ ଭୋଟର ହେବେ ନିର୍ଣ୍ଣାୟକ । ଦୀର୍ଘଦିନ ଧରି ବଙ୍ଗାଳି ଭୋଟରମାନେ ବିଜେଡିକୁ ନାପସନ୍ଦ କରିଆସୁଥିଲେ । ଚିତ୍ରକୋଣ୍ଡା ଓ ବଣ୍ଡା ଘାଟିରେ ମଧ୍ୟ ବିଭିନ୍ନ ପ୍ରକାର ବିରୋଧ ରହିଆସିଛି ।

ପରିବାରବାଦକୁ ନେଇ ବିବାଦରେ ଅଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା । ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଓ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ୍ୱ ପଦାରେ ପଡିଛି । ଜିଲ୍ଲା ପାଇଁ ରଣନୀତି କରିଛନ୍ତି ପ୍ରଣବ ପ୍ରକାଶ ଦାସ ଓ ଚନ୍ଦ୍ର ସାରଥୀ ବେହେର । ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ରଣନୀତି ମଧ୍ୟ ରହିଛି ।